କଂଗ୍ରେସ୍‌ରୁ ଯୋଗେଶ ସିଂହ ନିଲମ୍ବିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୋଗେଶ ସିଂହଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି। ଏଆଇସିସି ଅନୁମୋଦନ ପରେ ଯୋଗେଶଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏନେଇ ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି। ଅନନ୍ତ କହିଛନ୍ତି, “ସେ (ଯୋଗେଶ ସିଂହ) ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ। ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଥିଲା। ଉତ୍ତର ରଖିବାକୁ ତାଙ୍କୁ ୨୪ ଘଣ୍ଟା ସମୟ […]

jogesh-kumar-(1)

jogesh-kumar-(1)

Rakesh Mallick
  • Published: Thursday, 17 January 2019
  • Updated: 17 January 2019, 07:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୋଗେଶ ସିଂହଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି। ଏଆଇସିସି ଅନୁମୋଦନ ପରେ ଯୋଗେଶଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏନେଇ ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି।

ଅନନ୍ତ କହିଛନ୍ତି, “ସେ (ଯୋଗେଶ ସିଂହ) ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ। ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଥିଲା। ଉତ୍ତର ରଖିବାକୁ ତାଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ହେଲେ ସମୟ ମଧ୍ୟରେ ସେ ତାଙ୍କ ଉତ୍ତର ନ ରଖିବାରୁ ତାଙ୍କୁ ନିଲମ୍ବନ କରାଯାଇଛି।”

ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଯୋଗେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, “ମୋ ନିର୍ବାଚନ ମଣ୍ଡଳୀ ପାଇଁ ମୁଁ ଯେତେବେଳେ ଯାହା ଦାବି କରିଛି, ସରକାରଙ୍କ ପକ୍ଷରୁ ଅନେକାଂଶରେ ତାହା ପୂରଣ କରାଯାଇଛି। ବ୍ୟକ୍ତି ହିସାବରେ ନବୀନ ପଟ୍ଟନାୟକ ବହୁତ ବଢ଼ିଆ। ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ। ସେ ଜଣେ ଦକ୍ଷ ଶାସକ। ସେଥିପାଇଁ ୧୮ ବର୍ଷ ହେଲା ଶାସନ କରୁଛନ୍ତି। ଲୋକେ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ସେ ଏତେ ବର୍ଷ ହେଲାଣି ଶାସନ କରୁଛନ୍ତି।”

ଏହା ସହିତ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ବେଳେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିପାରିବେନି ବୋଲି ଯୋଗେଶ ସ୍ପଷ୍ଟ ଭାବେ କହିଥିଲେ। ତାଙ୍କ ନିର୍ବାଚନମଣ୍ଡଳୀର କେତେକ ଗ୍ରାମାଞ୍ଚଳରେ ମାସକ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଥିବାରୁ ସେ ରାହୁଲଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ପାଇଁ ଜନତା ହେଉଛନ୍ତି ପ୍ରଥମ ହାଇକମାଣ୍ଡ। ଦଳ ହାଇକମାଣ୍ଡ ତାଙ୍କ ପାଇଁ ଦ୍ୱିତୀୟ।

ଏସବୁ କଥାକୁ ଦୃଷ୍ଟିରେ ରଖି ଦଳର ବରିଷ୍ଠ ନେତାମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ।

କଂଗ୍ରେସରୁ ନିଲମ୍ବନ ପରେ ନିଜ ମତ ରଖିଛନ୍ତି ଯୋଗେଶ। ସେ କହିଛନ୍ତି, “ମୁଁ ସେଭଳି କିଛି କରିନଥିଲି। ତାଙ୍କର ଅଧିକାର ଅଛି, ସେ ନିଲମ୍ବନ କଲେ। ଖୁବ ଶୀଘ୍ର ମୁଁ ବିଧାୟକ ପଦରୁ ଇସ୍ତଫା ଦେବି।”

ବିଜେଡିକୁ ଯିବେ କି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, “ସେମିତି ପରିସ୍ଥିତି ସୃଷ୍ଟି ହୋଇନି। ମୋ ପାଖକୁ ସେମିତି କିଛି ପ୍ରସ୍ତାବ ଆସିନାହିଁ।”

ରାହୁଲଙ୍କ ଗସ୍ତ ବେଳେ ସେ ଉପସ୍ଥିତ ନରହିବା ମନ୍ତବ୍ୟ ଉପରେ କହିଛନ୍ତି, “ଆଗରୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ତେଣୁ ମୁଁ ଉପସ୍ଥିତ ରହି ପାରିବିନି ବୋଲି କହିଥିଲି। ମୁଁ ଉପସ୍ଥିତ ନରହିଲଷ ବି କର୍ମୀମାନେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଥିଲି।”

କାର୍ଯ୍ୟାନୁଷ୍ଠାନରୁ ପ୍ରକାଶ ବାଦ୍

ସେହିପରି ସାଲେପୁର ବିଧାୟକ ପ୍ରକାଶ ବେହେରା ମଧ୍ୟ ଏବେ ବିଜେଡିରେ ସାମିଲ ହେବାକୁ ପ୍ରୟାସ କରୁଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଆଉ ତା’ଆଧାରରେ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ମଧ୍ୟ ଅନୁରୂପ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବାର ଆଶଙ୍କା କରାଯାଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଯୋଗୁ ଶ୍ରୀ ବେହେରାଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ସାମୟିକ ସ୍ଥଗିତ ରଖାଯାଇଛି।

ଶ୍ରୀ ବେହେରା ମଧ୍ୟ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେଭଳି କୌଣସି ଦଳବିରୋଧୀ ମନ୍ତବ୍ୟ ଦେଇନଥିବା ସ୍ପଷ୍ଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos