Advertisment

ବନ୍ୟା ପ୍ରପୀଡ଼ିତଙ୍କୁ ସାହା ହେଲେ ରାନୀ ପଣ୍ଡା

ଯାଜପୁର(ଓଡ଼ିଶାରିପୋର୍ଟର): ବନ୍ୟା ସମୟରେ ବିପନ୍ନ ଲୋକଙ୍କୁ ଭେଟି ସହାୟତା ପ୍ରଦାନ କରିଛନ୍ତି ଜଲିଉଡ୍‌ ଅଭିନେତ୍ରୀ ରାନୀ ପଣ୍ଡା। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍‌ କଣ୍ଟିପୁର ପଞ୍ଚାୟତର ଇଚ୍ଛାପୁର ଗାଁରେ ପହଞ୍ଚି ସେଠାରେ ବନ୍ୟା ପୀଡ଼ିତଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି। ବନ୍ୟା ପରେ ଲୋକଙ୍କ ଦୁଃଖଦୁର୍ଦ୍ଦଶାକୁ ଦେଖିବା ପରେ ଭାବପ୍ରବଣ ହୋଇପଡ଼ିଥିଲେ ରାନୀ। ଗାଁର ହନୁମାନ ମନ୍ଦିର ଦର୍ଶନ କରିବା ପରେ ଛୋଟପିଲା ଓ ବୟସ୍କଙ୍କୁ ରିଲିଫ୍‌ ବଣ୍ଟନ କରିଥିଲେ। ତେବେ ରିଲିଫ୍‌ ବାଣ୍ଟିକୁ ନେଇ ରାନୀ କହିଛନ୍ତି, […]

author-image
Puspanjali Panda
ଅଦ୍ୟତନ ହୋଇଛି
ବନ୍ୟା ପ୍ରପୀଡ଼ିତଙ୍କୁ ସାହା ହେଲେ ରାନୀ ପଣ୍ଡା

rani44

ଯାଜପୁର(ଓଡ଼ିଶାରିପୋର୍ଟର): ବନ୍ୟା ସମୟରେ ବିପନ୍ନ ଲୋକଙ୍କୁ ଭେଟି ସହାୟତା ପ୍ରଦାନ କରିଛନ୍ତି ଜଲିଉଡ୍‌ ଅଭିନେତ୍ରୀ ରାନୀ ପଣ୍ଡା। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍‌ କଣ୍ଟିପୁର ପଞ୍ଚାୟତର ଇଚ୍ଛାପୁର ଗାଁରେ ପହଞ୍ଚି ସେଠାରେ ବନ୍ୟା ପୀଡ଼ିତଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି।

Advertisment

ବନ୍ୟା ପରେ ଲୋକଙ୍କ ଦୁଃଖଦୁର୍ଦ୍ଦଶାକୁ ଦେଖିବା ପରେ ଭାବପ୍ରବଣ ହୋଇପଡ଼ିଥିଲେ ରାନୀ। ଗାଁର ହନୁମାନ ମନ୍ଦିର ଦର୍ଶନ କରିବା ପରେ ଛୋଟପିଲା ଓ ବୟସ୍କଙ୍କୁ ରିଲିଫ୍‌ ବଣ୍ଟନ କରିଥିଲେ।

ତେବେ ରିଲିଫ୍‌ ବାଣ୍ଟିକୁ ନେଇ ରାନୀ କହିଛନ୍ତି, ‘୨୦୨୦ରେ ଓଡ଼ିଶାବାସୀଙ୍କ ପାଇଁ ଏଭଳି ଦିନ ଆସି ପହଞ୍ଚିବ, ସ୍ୱପ୍ୱରେ ବି ଭାବିଲେ ଦୁଃଖ ଲାଗୁଛି। କରୋନା ସମୟରେ ସକ୍ଷମ ଅନୁଯାୟୀ ଓଡ଼ିଶାବାସୀଙ୍କୁ ମୁଁ ସାହାଯ୍ୟର ହାତ ବଢ଼ାଇଥିଲି। ମୁଁ ଜାଣିନଥିଲି ବନ୍ୟାରେ ଲୋକ ଏପରି ଅସୁବିଧାରେ ଅଛନ୍ତି। ମୁଁ ବହୁତ ସରଳ ନୀରିହ ମଣିଷଟେ। ଗରିବ ଶ୍ରେଣୀରୁ ମୁଁ ଆସିଛି। ତେଣୁ ଗରିବଙ୍କ ଦୁଃଖ ମୁଁ ଦେଖିପାରେନାହିଁ। ଅସହାୟ ଲୋକଙ୍କ ପାଖକୁ ମୁଁ ଛୁଟି ଆସିଛି। ଏଠାକୁ ଆସି ମୋତେ ବହୁତ ଖୁସି ଲାଗିଲା। ସମସ୍ତଙ୍କ ଭଲପାଇବା ଏମିତି ମୋ ସହିତ ଥାଉ।’

Advertisment

କେବଳ ଏତିକି ନୁହେଁ, ରାନୀ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଭେଟି ବନ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।