Advertisment

ସ୍ୱାତୀଙ୍କ ପରେ ଆଉ ଜଣେ ସାମ୍ୱାଦିକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅର୍ଗସ୍‌ ରିପୋର୍ଟର ସ୍ୱାତୀ ଜେନାଙ୍କୁ ଆକ୍ରମଣ ଘଟଣାର ମାସେ ନପୂରୁଣୁ ପୁଣି ଜଣେ ସାମ୍ୱାଦିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସମ୍ୱଲପୁରରେ କାର୍ଯ୍ୟରତ ଥିବା ପ୍ରମେୟ ରିପୋର୍ଟର ଅନିଲକାନ୍ତ ଦାସ ଏଥର ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। କଫ୍‌ ସିରଫ୍‌ରେ ନିଶା ଦ୍ରବ୍ୟ ମିଶା ଯାଉଥିବା ଖବର ପାଇବା ପରେ ସମ୍ୱଲପୁରରେ ଥିବା ବୁଢ଼ାରାଜା ଦୈନିକ ମାର୍କେଟ୍‌କୁ ଅନିଲକାନ୍ତ ଖବର ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ଦୁଇ ଜଣ ଦୁର୍ବୁତ୍ତ ଜବରଦସ୍ତ ତାଙ୍କ […]

author-image
Puspanjali Panda
ଅଦ୍ୟତନ ହୋଇଛି
ସ୍ୱାତୀଙ୍କ ପରେ ଆଉ ଜଣେ ସାମ୍ୱାଦିକଙ୍କୁ ମରଣାନ୍ତକ ଆକ୍ରମଣ

anil

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅର୍ଗସ୍‌ ରିପୋର୍ଟର ସ୍ୱାତୀ ଜେନାଙ୍କୁ ଆକ୍ରମଣ ଘଟଣାର ମାସେ ନପୂରୁଣୁ ପୁଣି ଜଣେ ସାମ୍ୱାଦିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସମ୍ୱଲପୁରରେ କାର୍ଯ୍ୟରତ ଥିବା ପ୍ରମେୟ ରିପୋର୍ଟର ଅନିଲକାନ୍ତ ଦାସ ଏଥର ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି।

Advertisment

କଫ୍‌ ସିରଫ୍‌ରେ ନିଶା ଦ୍ରବ୍ୟ ମିଶା ଯାଉଥିବା ଖବର ପାଇବା ପରେ ସମ୍ୱଲପୁରରେ ଥିବା ବୁଢ଼ାରାଜା ଦୈନିକ ମାର୍କେଟ୍‌କୁ ଅନିଲକାନ୍ତ ଖବର ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ଦୁଇ ଜଣ ଦୁର୍ବୁତ୍ତ ଜବରଦସ୍ତ ତାଙ୍କ ଗାଡ଼ି ଅଟକାଇ ମାଡ଼ ମାରିଥିଲେ। ଏହା ସହିତ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏଥିରେ ତାଙ୍କ ମୁଣ୍ଡ, ହାତ ଓ ଛାତିରେ ଆଘାତ ଲାଗିଛି।

publive-image

ଏନେଇ ଆହତ ସାମ୍ୱାଦିକ ସମ୍ୱଲପୁର ଅଇଁଠାପାଲି ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର୍‌ ଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisment