ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଚାର୍ଯ୍ୟବିହାର ସ୍ଥିତ ମହାରାଜା ସିନେମା ହଲ୍ରେ ସାମ୍ବାଦିକଙ୍କୁ ମାଡ଼ ଘଟଣାକୁ ତୀବ୍ର ନିନ୍ଦା କରିଛି ସାମ୍ବାଦିକ ସୁରକ୍ଷା ମଞ୍ଚ। ମଞ୍ଚ ପକ୍ଷରୁ ଏକ ପ୍ରେସମିଟରେ ଘଟଣାକୁ ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।
ମଞ୍ଚ ପକ୍ଷରୁ କୁହାଯାଇଛି, “କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ଆଣିବାର ଆବଶ୍ୟକତା ରହିଛି। ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନକ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ।”
ସୂଚନାଯୋଗ୍ୟ, ଶନିବାର ମହାରାଜା ସିନେମା ହଲ୍ରେ କିଛି ଯୁବକ ମହିଳାଙ୍କୁ ଅଶ୍ଳୀଳ କମେଣ୍ଟ କରୁଥିବାବେଳେ ଗଣମାଧ୍ୟମ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନ ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ ଯୁବକମାନେ ସଂଘବଦ୍ଧ ଭାବେ କପିଳେନ୍ଦ୍ରଙ୍କୁ ଆକ୍ରମଣକରିଥିଲେ। ଏନେଇ କପିଳେନ୍ଦ୍ର ସହିଦନଗର ଥାନାରେ ଏତଲା ଦେଇଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Special
ଚିନ୍ତାରେ ଚିନ୍ତାମଣିପୁର ଗ୍ରାମବାସୀ
୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ରାଜ୍ୟରେ ସରକାର କରିଥିଲା। କିନ୍ତୁ ତା’ ମଧ୍ୟରେ କଟକ ଜିଲ୍ଲାରେ ଥିବା ଚିନ୍ତାମଣିପୁର ଗାଁ ଲୋକଙ୍କ ସମସ୍ୟା ଦୂର ହୋଇପାରିଲା ନାହିଁ।

Guest Column
ଏକ ରାଜନୈତିକ ବିପର୍ଯ୍ୟୟ ଓ ଉତ୍ତୀର୍ଣ୍ଣ ହେବାର ସଂକଳ୍ପ
କେବଳ ଗୋଟିଏ ବିକଳ୍ପ ଭାବେ ଅନ୍ୟ ଏକ ରାଜନୈତିକ ଦଳ ମୁଣ୍ଡ ଟେକି ଉଠିଲେ ହୁଏତ ବିଜେଡିର ବିଦ୍ରୋହୀମାନେ ସେଥିରେ ସାମିଲ ହୋଇ ଆଗକୁ ପାଦ ବଢ଼ାଇବାର ବିଚାର କରିପାରନ୍ତେ।

Politics
ବିଜେଡି କାହାର: ପାଣ୍ଡିଆନ-ବବିଙ୍କ ପାଖରେ ଦଳୀୟ ପାଣ୍ଠି , ଆକ୍ସନ ନେବାକୁ ନବୀନ ଅକ୍ଷମ
ବିଜେଡି ଏବେ କାହାର ଓ କାହା ନିୟନ୍ତ୍ରଣରେ ଅଛି? ନବୀନ ପଟ୍ଟନାୟକଙ୍କ ବର୍ତ୍ତମାନର ଆଭିମୁଖ୍ୟ ଓ ଅସହାୟତାକୁ ଦେଖିବା ପରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ ।

Politics
ବିଚରା ନବୀନ, ଅସହାୟତା ଜଳଜଳ: ପାଣ୍ଡିଆନଙ୍କ ପାଇଁ ମାମଲାତି କଲେ ୪ ସାଂସଦ, ଅସ୍ଥିରତା ପଛରେ ବବି
ନବୀନ ନିବାସରେ ସୋମବାର ‘ପାଣ୍ଡିଆନ ଗୋ-ବ୍ୟାକ୍’ ନାରା ଦେବା ପରେ ଚିହିଁକି ଉଠିଛନ୍ତି ଦଳର ୪ଜଣ ରାଜ୍ୟସଭା ସାଂସଦ।

Guest Column
ବିଶ୍ୱବିଦ୍ୟାଳୟ ସ୍ୱାୟତ୍ତତାରେ ରହିଛି ଉତ୍କର୍ଷ ସମ୍ଭାବନା
୨୦୨୫-୨୬ ବଜେଟ ଅଧିବେଶନର ୨୫ଶ ଦିବସରେ ଦୀର୍ଘ ସାଢେ ୧୨ ଘଣ୍ଟାର ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ ୨୦୨୪ ପାରିତ ହେବା ଯୁଗାନ୍ତକାରୀ। ପ୍ରାୟ ଦୁଇ ଦଶନ୍ଧି ପରେ ରାତି ତମାମ ସରଗରମ ଆଲୋଚନା କରାଗଲା। ଅପରାହ୍ନ ୪ରୁ ଭୋର ୪ଟା ୨୯ ପର୍ଯ୍ୟନ୍ତ ଜୋରଦାର ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ ୨୦୨୪ ପାରିତ ହେବା ଏକ ଭଲ ପଦକ୍ଷେପ।