Advertisment

୨୯ରେ ଓଡ଼ିଶା ଆସିବେ ଜେ.ପି ନଡ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ଆସନ୍ତା ୨୯ ତାରିଖରେ ଜେ.ପି ନଡ୍ଡା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ଆଜିଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜେ.ପି ନଡ୍ଡା ୨୯ ତାରିଖରେ ଓଡ଼ିଶାରେ ପହଞ୍ଚିବେ। ୨୯ ଓ ୩୦ ତାରିଖ ଦୁଇ ଦିନ ଓଡ଼ିଶାରେ ରହିବେ। ଆଜି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ  ପ୍ରଭାରୀ  ସୁନୀଲ ବଂଶଲଙ୍କ ଉପସ୍ଥିତିରେ କୋର୍ କମିଟି ବୈଠକ ବସିଥିଲା। […]

ଅଦ୍ୟତନ ହୋଇଛି
ଓଡ଼ିଶା ଆସିବେ ବିଜେପି ସଭାପତି ଜେପି ନଡ୍ଡା

j.p nadda

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ଆସନ୍ତା ୨୯ ତାରିଖରେ ଜେ.ପି ନଡ୍ଡା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ଆଜିଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଜେ.ପି ନଡ୍ଡା ୨୯ ତାରିଖରେ ଓଡ଼ିଶାରେ ପହଞ୍ଚିବେ। ୨୯ ଓ ୩୦ ତାରିଖ ଦୁଇ ଦିନ ଓଡ଼ିଶାରେ ରହିବେ।

ଆଜି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ  ପ୍ରଭାରୀ  ସୁନୀଲ ବଂଶଲଙ୍କ ଉପସ୍ଥିତିରେ କୋର୍ କମିଟି ବୈଠକ ବସିଥିଲା। ବୈଠକରେ ଆଗାମୀ ୩ ମାସ ପାଇଁ ଖସଡ଼ା ପ୍ରସ୍ତୁତ କରାଗଲା। ପୁରୀରେ ଆସନ୍ତା ୧୩, ୧୪ ଓ ୧୫ ତାରିଖରେ ପ୍ରଶିକ୍ଷଣ ଶିବିର ହେବ। ରାଜ୍ୟର ୩୭ ହଜାର ବୁଥ୍‌କୁ ତୃଣମୂଳ ସ୍ତରରୁ ମଜଭୁତ କରାଯିବ। ବିଜେପି ସାଧାରଣ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବ ବୋଲି ବୈଠକରେ ଆଲୋଚନା ହୋଇଥିବା ଗୋଲକ କହିଛନ୍ତି।

Advertisment

ଏହି କୋର କମିଟି ବୈଠକରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe