ଭିତିରି ବୁଝାମଣାରେ ଚାଲିଛନ୍ତି ବିଜେଡି-କଂଗ୍ରେସ: ଜୁଏଲ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଚାଲିଛି ଭିତିରି ବୁଝାମଣା। ବିଜେପିକୁ ରାଜ୍ୟରେ କିଭଳି କ୍ଷମତାରୁ ଦୂରେଇ ରଖାଯିବ ସେ ନେଇ ଦୁଇ ଦଳ ମଧ୍ୟରେ ଭିତିରି ବୁଝାମଣା ହୋଇଛି। ଏପରି କିଛି ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଜୁଏଲ।
ସେ କହିଛନ୍ତି, ‘‘ନିକଟରେ ବିଜେପୁର ଉପ ନିର୍ବାଚନରେ କଂଗ୍ରେସ ବିଜେଡିକୁ ସମର୍ଥନ କରିଲା। ଏଥିପାଇଁ ସେଠାରେ ବିଜେଡି ବିଜୟ ହେଲା। ଆଗାମୀ ଦିନରେ ବି ଏହି ଦୁଇ ଦଳ ବିଜେପି ବିରୋଧରେ ମିଳିମିଶି ଅଭିଯାନ ଚଳାଇବାକୁ ଉଦ୍ୟମ କରୁଛନ୍ତି।”
ଏହାସହ ଆଗାମୀ ନିର୍ବାଚନରେ ବିଜେପି ଏକାକି ଲଢ଼ିବ ଓ ଜିତିବ ବୋଲି ଜୁଏଲ ଦମ୍ଭୋକ୍ତି ଦେଖାଇଛନ୍ତି।
ଅନ୍ୟପକ୍ଷରେ ଜୁଏଲଙ୍କ କଟାକ୍ଷର କଡ଼ା ଜବାବ ଦେଇଛନ୍ତି ସୌମ୍ୟରଞ୍ଜନ। ସେ କହିଛନ୍ତି, “ପାରିବାରିକ ସମ୍ପର୍କ ନେଇ ରାଜନୀତି କଲେ ଫଳବତୀ ହେବନି। ପାରିବାରିକ ସମ୍ପର୍କ ନେଇ ନିନ୍ଦିତ କରାଯିବାକୁ ଚେଷ୍ଟା କରାଯାଉଛି। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବେଳେ ମୁଁ ବିଜେପି ଓ ନିରଞ୍ଜନ କଂଗ୍ରେସରେ ଥିଲେ। ସେତେବେଳେ ଜୁଏଲ ଜାଣିପାରିଥିବେ ପ୍ରକୃତ କଥା କ’ଣ। କାଚ ଘରେ ରହି ଅନ୍ୟକୁ ଟେକା ଫିଙ୍ଗିବା ଉଚିତ ନୁହଁ।”
Ordigital Desk
• Published: Tuesday, 22 May 2018
• Updated: 22 May 2018, 05:35 PM IST
Sports
Latest News
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଚାଲିଛି ଭିତିରି ବୁଝାମଣା। ବିଜେପିକୁ ରାଜ୍ୟରେ କିଭଳି କ୍ଷମତାରୁ ଦୂରେଇ ରଖାଯିବ ସେ ନେଇ ଦୁଇ ଦଳ ମଧ୍ୟରେ ଭିତିରି ବୁଝାମଣା ହୋଇଛି। ଏପରି କିଛି ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଜୁଏଲ।
ସେ କହିଛନ୍ତି, ‘‘ନିକଟରେ ବିଜେପୁର ଉପ ନିର୍ବାଚନରେ କଂଗ୍ରେସ ବିଜେଡିକୁ ସମର୍ଥନ କରିଲା। ଏଥିପାଇଁ ସେଠାରେ ବିଜେଡି ବିଜୟ ହେଲା। ଆଗାମୀ ଦିନରେ ବି ଏହି ଦୁଇ ଦଳ ବିଜେପି ବିରୋଧରେ ମିଳିମିଶି ଅଭିଯାନ ଚଳାଇବାକୁ ଉଦ୍ୟମ କରୁଛନ୍ତି।”
ଏହାସହ ଆଗାମୀ ନିର୍ବାଚନରେ ବିଜେପି ଏକାକି ଲଢ଼ିବ ଓ ଜିତିବ ବୋଲି ଜୁଏଲ ଦମ୍ଭୋକ୍ତି ଦେଖାଇଛନ୍ତି।
ଅନ୍ୟପକ୍ଷରେ ଜୁଏଲଙ୍କ କଟାକ୍ଷର କଡ଼ା ଜବାବ ଦେଇଛନ୍ତି ସୌମ୍ୟରଞ୍ଜନ। ସେ କହିଛନ୍ତି, “ପାରିବାରିକ ସମ୍ପର୍କ ନେଇ ରାଜନୀତି କଲେ ଫଳବତୀ ହେବନି। ପାରିବାରିକ ସମ୍ପର୍କ ନେଇ ନିନ୍ଦିତ କରାଯିବାକୁ ଚେଷ୍ଟା କରାଯାଉଛି। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବେଳେ ମୁଁ ବିଜେପି ଓ ନିରଞ୍ଜନ କଂଗ୍ରେସରେ ଥିଲେ। ସେତେବେଳେ ଜୁଏଲ ଜାଣିପାରିଥିବେ ପ୍ରକୃତ କଥା କ’ଣ। କାଚ ଘରେ ରହି ଅନ୍ୟକୁ ଟେକା ଫିଙ୍ଗିବା ଉଚିତ ନୁହଁ।”
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos