୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତାଙ୍କ କକା ପାତ୍ର ମୁଣ୍ଡାକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସଜ୍ଜା ଶୁଣାଇଛନ୍ତି କେନ୍ଦୁଝରର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ଏଥିସହ ପାତ୍ର ମୁଣ୍ଡା ଉପରେ ୨ ହଜାର ଟଙ୍କା ଜୋରିମାନା ପକାଇଛନ୍ତି କୋର୍ଟ। ଜୋରିମାନା ଅନାଦେୟ ଅଧିକ ୧ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।
୨୦୨୧ ଫେପ୍ରୁଆରୀ ୪ ତାରିଖରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା। ପାତ୍ର ମୁଣ୍ଡା ତା ଝିଆରୀକୁ ଚକଲେଟ ଦେବା ବାହାନାରେ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା। ଝିଅଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆସି ବାପାମା’ଙ୍କୁ ସବୁ କହିଥିଲା। ପରିବାର ଲୋକେ ଝିଅକୁ ଡାକ୍ତରଖାନା ନେବା ସହ ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ମାମଲାର ଶୁଣାଣି ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ଚାଲିଥିବା ବେଳେ ଆଜି ଏହାର ରାୟ ପ୍ରକାଶ ପାଇଛି। ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ପାତ୍ର ମୁଣ୍ଡାକୁ ସ୍ୱତନ୍ତ ପୋକ୍ସୋ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ଆଜି ସଜ୍ଜା ଶୁଣାଇଛନ୍ତି। ଏଥିସହ ନାବାଳିକାଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ।
ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରର ଜଣେ ପତ୍ନୀହନ୍ତାକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ। ତା’ ନାଁ ନନ୍ଦ କିଶୋର ଓଝା। ୨୦୨୪ରେ କ୍ୟାପିଟାଲ ଥାନା ଝରଣା ବସ୍ତିରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଖୋର୍ଦ୍ଧା ସେସନ କୋର୍ଟ ଏହି ମାମଲାର ଶୁଣାଣି କରି ନନ୍ଦ କିଶୋରକୁ ଶୁଣାଇଛନ୍ତି ଆଜୀବନ କାରାଦଣ୍ଡାଦେଶ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/05/kort-2026-02-05-17-34-53.jpg)