Advertisment

ଅଭିଜିତ୍ ଆୟରଙ୍କ ଜେଲ ମିଆଦ ଆଉ ୧୪ଦିନ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶାର କଳାସଂସ୍କୃତି ଓ ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କ ହାଜତ ମିଆଦ ଆଉ ୧୪ଦିନ ବୃଦ୍ଧି ହୋଇଛି। ଆଜି ଝାରପଡ଼ା ଜେଲରେ ବସିଥିବା କ୍ୟାମ୍ପ୍ କୋର୍ଟ ତାଙ୍କର ହାଜତ ମିଆଦକୁ ବୃଦ୍ଧି କରିଛନ୍ତି। ତେବେ କୋର୍ଟ ତାଙ୍କର ଜାମିନ ଆବେଦନ ଉପରେ ରାୟକୁ ସଂରକ୍ଷିତ ରଖିଛନ୍ତି। ଶ୍ରୀ ଆୟର ମିତ୍ର ଗତ ମାସ ୨୩ ତାରିଖରେ ଗିରଫ ହୋଇଥିଲେ। ତାଙ୍କର ଜାମିନ […]

author-image
Sampad Mahapatra
ଅଭିଜିତ୍ ଆୟରଙ୍କ ଜେଲ ମିଆଦ ଆଉ ୧୪ଦିନ ବଢ଼ିଲା

abhijit-iyer-mitra-arrested-for-making-deregatory-remarks-on-odishas-culture-and-temples-gets-bail-after-court-declines-transit-remand-request-

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶାର କଳାସଂସ୍କୃତି ଓ ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କ ହାଜତ ମିଆଦ ଆଉ ୧୪ଦିନ ବୃଦ୍ଧି ହୋଇଛି। ଆଜି ଝାରପଡ଼ା ଜେଲରେ ବସିଥିବା କ୍ୟାମ୍ପ୍ କୋର୍ଟ ତାଙ୍କର ହାଜତ ମିଆଦକୁ ବୃଦ୍ଧି କରିଛନ୍ତି। ତେବେ କୋର୍ଟ ତାଙ୍କର ଜାମିନ ଆବେଦନ ଉପରେ ରାୟକୁ ସଂରକ୍ଷିତ ରଖିଛନ୍ତି।

Advertisment

ଶ୍ରୀ ଆୟର ମିତ୍ର ଗତ ମାସ ୨୩ ତାରିଖରେ ଗିରଫ ହୋଇଥିଲେ। ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସେବେଠୁ ସେ ଝାରପଡ଼ା ଜେଲରେ ଅଛନ୍ତି। ବିଧାୟକଙ୍କ ପ୍ରତି ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ ପୂର୍ବରୁ କ୍ଷମା ପ୍ରାର୍ଥନା କରିଥିବା ଶ୍ରୀ ଆୟର ମିତ୍ର ଇତିମଧ୍ୟରେ ୩ଥର ବିଧାନସଭାର ସ୍ୱତନ୍ତ୍ର କମିଟି ଆଗରେ ହାଜର ହୋଇଛନ୍ତି। ଏହାସହିତ ସତ୍ୟପାଠ ଆକାରରେ ନିଜର ପକ୍ଷ ରଖିବା ସହ କ୍ଷମା ମଧ୍ୟ ମାଗିଛନ୍ତି।