ଇଚ୍ଛାଧୀନ କୋଟାରେ ପ୍ଲଟ୍ ଆବଣ୍ଟନ ପ୍ରସଙ୍ଗ: ନୋଟିସ୍‌ ପାଇଥିବା କଥାକୁ ସ୍ୱୀକାର କଲେ ଜୁଏଲ

ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ପ୍ଲଟ୍ ଆବଣ୍ଟନ ପ୍ରସଙ୍ଗରେ ନୋଟିସ୍ ପାଇଥିବା କଥାକୁ ଶନିବାର ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଏହା ସହିତ ସେ ନୋଟିସ୍‌ର ଜବାବ ବି ଦେଇ ସାରିଛନ୍ତି ବୋଲି କହିଛନ୍ତି। ଜୁଏଲ କହିଛନ୍ତି,“ଇଚ୍ଛାଧୀନ କୋଟାରେ ମୁଁ ଗୋଟେ ପ୍ଲଟ୍ ପାଇଛି। ମୋ’ ନାଁରେ ବି ଅଭିଯୋଗ ଅଛି। ମୋତେ ସେମାନେ (ବିଡିଏ) ନୋଟିସ୍ ଦେଇଥିଲେ। ମୁଁ ତାର ରିପ୍ଲାଏ ଦେଇଛି। ଯେଉଁମାନେ ଡିକ୍ୟୁ, ଇକ୍ୟୁ,ଏକାଧିକ ପ୍ଲଟ୍ ବା ଅନ୍ୟାନ୍ୟ […]

juel

Rakesh Mallick
  • Published: Saturday, 26 March 2016
  • , Updated: 26 March 2016, 05:07 PM IST

[caption id="attachment_75794" align="alignleft" width="300"] କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ[/caption]

ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ପ୍ଲଟ୍ ଆବଣ୍ଟନ ପ୍ରସଙ୍ଗରେ ନୋଟିସ୍ ପାଇଥିବା କଥାକୁ ଶନିବାର ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଏହା ସହିତ ସେ ନୋଟିସ୍‌ର ଜବାବ ବି ଦେଇ ସାରିଛନ୍ତି ବୋଲି କହିଛନ୍ତି।

ଜୁଏଲ କହିଛନ୍ତି,“ଇଚ୍ଛାଧୀନ କୋଟାରେ ମୁଁ ଗୋଟେ ପ୍ଲଟ୍ ପାଇଛି। ମୋ’ ନାଁରେ ବି ଅଭିଯୋଗ ଅଛି। ମୋତେ ସେମାନେ (ବିଡିଏ) ନୋଟିସ୍ ଦେଇଥିଲେ। ମୁଁ ତାର ରିପ୍ଲାଏ ଦେଇଛି। ଯେଉଁମାନେ ଡିକ୍ୟୁ, ଇକ୍ୟୁ,ଏକାଧିକ ପ୍ଲଟ୍ ବା ଅନ୍ୟାନ୍ୟ ଆକାରରେ ପ୍ଲଟ୍ ନେଇଛନ୍ତି, ସରକାର ତାଙ୍କ ଉପରେ କ’ଣ ପଦକ୍ଷେପ ନେବେ ତାହା ସ୍ପଷ୍ଟ କରିବା ଦରକାର।”

ଶାସକ ଦଳର ଅନେକ ନେତା ଏକାଧିକ ପ୍ଲଟ୍ ହାତେଇଥିବା ନେଇ ତାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ କହିଛନ୍ତି,“ଯେଉଁମାନେ ଏକାଧିକ ପ୍ଲଟ୍ ପାଇଛନ୍ତି, ସେଗୁଡ଼ିକୁ ସରକାର ଚାହିଁଲେ ବାତିଲ କରି ଦେଇ ପାରନ୍ତି। ତେଣୁ ଶାସକ ଦଳର ସଦସ୍ୟ ଏକାଧିକ ପ୍ଲଟ୍ ହାତେଇ ଥାଆନ୍ତୁ ବା ଅନ୍ୟ କେହି, ସେଥିରେ କିଛି କଥା ନାହିଁ। ମୋଟାମୋଟି ଭାବେ ସରକାର ଯାହା ଚାହିଁବେ,ତାହା କରିବେ। ଏ ବାବଦରେ ବହୁତ କିଛି କହିବା ଉଚିତ୍ ନୁହେଁ। କାହିଁକି ନାଁ ମୁଁ ଗୋଟିଏ ପ୍ଲଟ୍ ବା ଘର ନେଇଛି। ମୋର ଆଉ କୌଣସି ଘର ଆଉ ନାହିଁ। ସରକାର ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କଥା ନିୟମ ଅନୁସାରେ ରିଭ୍ୟୁ କରି କରନ୍ତୁ।”

ସେହିଭଳି ରାଜଧାନୀରେ ଏକାଧିକ ପ୍ଲଟ ଓ ଫ୍ଲାଟ୍‌ ନେବାକୁ ନେଇ ଅଡୁଆରେ ପଡିଛନ୍ତି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ଏଥିପାଇଁ ବିଡିଏ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସେହିପରି ଅଶୋକ ପଣ୍ଡାଙ୍କ ପତ୍ନୀ ପ୍ରିୟଦର୍ଶନୀ ନନ୍ଦଙ୍କ ନାଁରେ ଥିବା ପ୍ଲଟ୍‌ ନେଇ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି।

ବିଡିଏ ନୋଟିସ୍‌ ସେ ପାଇଥିବା ଅଶୋକ ପଣ୍ଡା କହିଛନ୍ତି। ସେ ଏହି ନୋଟିସ୍‌ର ଉତ୍ତର ଦେଇ ସାରିଛନ୍ତି। ତାଙ୍କ ପତ୍ନୀ ମଧ୍ୟ ପାଇଥିବା ନୋଟିସ୍‌ର ଜବାବ ଦେଇ ସାରିଥିବା ମନ୍ତ୍ରୀ ପଣ୍ଡା କହିଛନ୍ତି। ଅଶୋକଙ୍କ ନାଁରେ ଥିବା ଏରୋଡ୍ରମ୍‌ ଏରିଆରେ ୧୩୯ ନମ୍ବରରେ ଏକ ପ୍ଲଟ୍‌ ରହିଛି। ସେହିପରି କଳିଙ୍ଗ ବିହାର ହାଉସିଂ ସ୍କିମ୍‌ରେ ସେ ଏହି ପ୍ଲଟ୍‌ ପାଇଥିଲେ।

ମନ୍ତ୍ରୀ ପଣ୍ଡା କହିଛନ୍ତି,“ଇଚ୍ଛାଧୀନ କୋଟାରେ ପ୍ଲଟ୍‌ ପାଇନାହିଁ। ପ୍ଲଟ୍‌ ପାଇବା ସମୟରେ ମୋ’ ପରିବାର କି ପତ୍ନୀଙ୍କ ନାଁରେ ଭୁବନେଶ୍ୱରରେ କୌଣସି ଜମି କି ପ୍ଲଟ୍‌ ନ ଥିଲା।”

Related story