skil
ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୫ ତାରିଖରେ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନରେ ବିଶ୍ୱ ଦକ୍ଷତା ଦିବସ ପାଳନ କରାଯିବ। ରାଜ୍ୟରେ ଥିବା ସମସ୍ତ ଆଇଟିଆଇ, ପଲିଟେକନିକ୍, ଇଂଜିନିୟରିଂ ଓ ଆଇଆଇଟି କଲେଜ ଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କ୍ଲିନ୍ କ୍ୟାମ୍ପସ୍ ଉପରେ ଗୁରୁତ୍ୱ ଦିଆଯିବା ସହ କ୍ୟାମ୍ପସରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି।
ଏହାସହ ଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷାରେ ଯୋଗଦାନ ପାଇଁ ପ୍ରୋତ୍ସାହିତ କରାଯିବ। ଏହି ଅବସରରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ସଫଳ ବ୍ୟକ୍ତି, ସଫଳ ଉଦ୍ୟୋଗପତି ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ ବୋଲି ଶୁକ୍ରବାର ସଚିବାଳୟରେ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/06/skil.jpg)