‘ମନ୍ତ୍ରୀଙ୍କ ଚାପରେ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତକୁ ଖଲାସ କରିଛି ପୁଲିସ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣଦୁଷ୍କର୍ମ ଶିକାର ହୋଇଥିବା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲେଜ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବାପରେ ଶାସକ ଦଳର ଭୂମିକା ଉପରେ ବିଜେପି ପ୍ରଶ୍ନ ଉଠାଇଛି। ଶାସକ ଦଳର ଚାପରେ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଛାଡ଼ି ଦେଇଛି ବୋଲି ବିଜେପି ଅଭିଯୋଗ କରିବା ସହ ଏହି ଘଟଣାରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପ୍ରବୋଧ ରଥ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହଜନକ ବୋଲି କହିଛି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ […]

bjp-blaame-bjd-in-junagardh-gangrape

bjp-blaame-bjd-in-junagardh-gangrape

Manoranjan Sial
  • Published: Friday, 27 September 2019
  • Updated: 27 September 2019, 06:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣଦୁଷ୍କର୍ମ ଶିକାର ହୋଇଥିବା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲେଜ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବାପରେ ଶାସକ ଦଳର ଭୂମିକା ଉପରେ ବିଜେପି ପ୍ରଶ୍ନ ଉଠାଇଛି। ଶାସକ ଦଳର ଚାପରେ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଛାଡ଼ି ଦେଇଛି ବୋଲି ବିଜେପି ଅଭିଯୋଗ କରିବା ସହ ଏହି ଘଟଣାରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପ୍ରବୋଧ ରଥ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହଜନକ ବୋଲି କହିଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ରାଜ୍ୟ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶାସକ ଦଳର ପୃଷ୍ଠପୋଷକତାରେ ଅପରାଧୀମାନେ ଖୁଲମଖୁଲା ଅପରାଧ କରିଚାଲିଛନ୍ତି। କୁନ୍ଦୁଲି ଗଣଦୁଷ୍କର୍ମ ଓ ବିଲୁଆଖାଇ ନଦୀପଠାରେ ନର୍ସଙ୍କୁ ହତ୍ୟା ମାମଲାରେ ଚୁପ୍ ବସିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର କାହିଁକି ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ଏତେ ସକ୍ରିୟ ହୋଇପଡ଼ିଛନ୍ତି। ଏପରିକି ଏହି ଘଟଣାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବୟାନର ଠିକ ପରଦିନ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଜୁନାଗଡ଼ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି। ପୂର୍ବରୁ ଅନେକ ଗଣଦୁଷ୍କର୍ମ ଓ ନର୍ସ ହତ୍ୟା ଘଟଣାରେ ଚୁପ୍ ବସିଥିବା ମହିଳା କମିଶନ କେଉଁ ଉଦ୍ଦେଶ୍ୟରେ ଜୁନାଗଡ଼ ଯାଇଥିଲେ ତାହା ଆଜି ସ୍ପଷ୍ଟ ହୋଇଯାଇଛି। ମିଡିଆଠୁ ନଜର ହଟାଇବା ଓ ଦଳକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏଭଳି ନାଟକ ରଚାଯାଇଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଗତ ୪ ଦିନ ତଳେ ଜୁନାଗଡ଼ର ଏକ ଜଙ୍ଗଲରେ ଜଣେ କଲେଜ ଛାତ୍ରୀ ସହିତ ୧୦ ଜଣ ଗଣଦୁର୍ଷ୍କମ କରିବା ପରେ ଖୋଦ୍ ପୀଡ଼ିତା ଯାହାକୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି ତାକୁ ପୁଲିସ ଛାଡ଼ିଦେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ଗତକାଲି ପୀଡ଼ିତା ଗଣମାଧ୍ୟମରେ ସୂଚନା ଦେଇଛି ଯେ, ବସ ଡ୍ରାଇଭର ଲଲିତେନ୍ଦୁ ଶବର ହେଉଛି ମୁଖ୍ୟ ଅଭିଯୁକ୍ତ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୀଡ଼ିତା ଦାବି କରୁଥିଲେ ବି ପୁଲିସ୍ ଶାସକ ଦଳ ଚାପରେ ମୁଖ୍ୟ ଅଭିଯୁକ୍ତ ତଥା ବସ୍ ଡ୍ରାଇଭରକୁ ଛାଡ଼ିଦେଇଛିା ଯଦି ସମସ୍ତଙ୍କୁ ଗିରଫ କରାନଯାଏ ପୀଡ଼ିତା ଆତ୍ମହତ୍ୟା କରିବ ବୋଲି ଚେତାବନୀ ଦେଇଛି। ଏହି ମୁଖ୍ୟ ଅଭିଯୁକ୍ତ ହେଉଛି କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରବୋଧ ରଥଙ୍କ ବସ୍ ‘ସୁଭଦ୍ରା’ର ଡ୍ରାଇଭର। ଶ୍ରୀ ରଥ ବିଜେଡିର ଜଣେ ପ୍ରଭାବଶାଳୀ ନେତା ତଥା ଗତ ସାଧାରଣ ନିର୍ବାଚନରେ ଜୁନାଗଡ଼ ବିଧାନସଭାର ସହସଂଯୋଜକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଜୁନାଗଡ଼ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ସେ ନିଶ୍ଚିତ ଭାବେ ଘନିଷ୍ଠ। ବିଜେପି ସନ୍ଦେହ କରୁଛି ଯେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଚାପରେ ଗଣଦୁଷ୍କର୍ମ ଅଭିଯୁକ୍ତକୁ ପୁଲିସ ଛାଡ଼ିଦେଇଛି।

ରାଜ୍ୟରେ ଅନେକ ଝିଅମାନଙ୍କ ସହ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ହେଉଥିବାବେଳେ ଶାସକ ଦଳର ନେତା, ମନ୍ତ୍ରୀ ଓ ମହିଳା କମିଶନ କେବେ ବି ଘଟଣାକୁ ନିନ୍ଦା କରୁନାହାଁନ୍ତି କି ଏଭଳି ଅମାନବୀୟ ଘଟଣା ଉପରେ କୌଣସି ମନ୍ତବ୍ୟ ଦେଉନାହାଁନ୍ତି। କିନ୍ତୁ ଜୁନାଗଡ଼ ଗଣଦୁର୍ଷ୍କମ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଥିଲେ ଯେ ସେ ଏସପି, ଡିଆଇଜିଙ୍କ ସହ କଥା ହେଇଛନ୍ତି ଓ ଅଭିଯୁକ୍ତମାନେ ଧରାପଡ଼ିବେ। ଆଉ ମନ୍ତ୍ରୀଙ୍କ ବୟାନର ଠିକ୍ ପରଦିନ ମହିଳା କମିଶନ ଅଧ୍ୟକ୍ଷା ତୁରନ୍ତ ଜୁନାଗଡ଼ ଯାଇ ପୀଡିଡ଼ାକୁ ଭେଟିଲ। ଏଭଳି ନାଟକବାଜି କାହିଁକି? ମୁଖ୍ୟ ଅଭିଯୁକ୍ତକୁ ଖଲାସ କରିବା ପାଇଁ ଏହି ଷଡ଼ଯନ୍ତ୍ର ରଚାଯାଇଛି ବୋଲି ବିଜେପି ସନ୍ଦେହ କରୁଛି। ତେଣୁ ରାଜ୍ୟସରକାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବିଜେଡି ଜିଲ୍ଲା ସଭାପତିଙ୍କ ଡ୍ରାଇଭର ନରେନ୍ଦ୍ର ଶବରକୁ ତୁରନ୍ତ ଗିରଫ କରି ପୀଡ଼ିତାକୁ ନ୍ୟାୟ ଦିଅନ୍ତୁ। ଫାଇଭ-ଟି ଓ ଟ୍ରାନ୍ସପରେନ୍ସି କଥା କହୁଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଭୂମିକା କ’ଣ ଥିଲା ତାହା ସ୍ପଷ୍ଟ କରନ୍ତୁ ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story