Advertisment

ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଖଳନାୟକ ଲଳିତେନ୍ଦ୍ର ଗିରଫ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଶେଷରେ ଗିରଫ ହେଲା ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ପୁଲିସ ରାଜସାକ୍ଷୀ କରିଥିବା ଅଭିଯୁକ୍ତ ବସ୍‌ ଡ୍ରାଇଭର ଲଳିତେନ୍ଦ୍ର ଶବର ଓରଫ ନରେନ୍ଦ୍ର ଶବର। ପୀଡ଼ିତାଙ୍କ ସାନି ବୟାନ୍‌ ଆଧାରରେ ପୁଲିସ ତାକୁ ଆଜି ଗିରଫ କରି ହାଜର ପାଇଁ ଜେଏମ୍‌ଏଫ୍‌ସି କୋର୍ଟକୁ ନେଇଥିଲେ। ମହାଳୟା ପାଇଁ ଆଜି କୋର୍ଟ ଛୁଟି ଥିବାରୁ ପୁଲିସ ଅଭିଯୁକ୍ତକୁ ମାଜିଷ୍ଟ୍ରେଟ୍‌ଙ୍କ ଘରେ ଉପସ୍ଥାପନ କରିଥିଲା। ପରେ ତାଙ୍କୁ ଜେଲ୍‌ ପଠେଇ ଦିଆଯାଇଛି। ପୀଡ଼ିତାଙ୍କ ପ୍ରଥମ ବୟାନ ଆଧାରରେ […]

ଅଦ୍ୟତନ ହୋଇଛି
ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଖଳନାୟକ ଲଳିତେନ୍ଦ୍ର ଗିରଫ

junagardh-gang-rape

Advertisment

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଶେଷରେ ଗିରଫ ହେଲା ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ପୁଲିସ ରାଜସାକ୍ଷୀ କରିଥିବା ଅଭିଯୁକ୍ତ ବସ୍‌ ଡ୍ରାଇଭର ଲଳିତେନ୍ଦ୍ର ଶବର ଓରଫ ନରେନ୍ଦ୍ର ଶବର। ପୀଡ଼ିତାଙ୍କ ସାନି ବୟାନ୍‌ ଆଧାରରେ ପୁଲିସ ତାକୁ ଆଜି ଗିରଫ କରି ହାଜର ପାଇଁ ଜେଏମ୍‌ଏଫ୍‌ସି କୋର୍ଟକୁ ନେଇଥିଲେ। ମହାଳୟା ପାଇଁ ଆଜି କୋର୍ଟ ଛୁଟି ଥିବାରୁ ପୁଲିସ ଅଭିଯୁକ୍ତକୁ ମାଜିଷ୍ଟ୍ରେଟ୍‌ଙ୍କ ଘରେ ଉପସ୍ଥାପନ କରିଥିଲା। ପରେ ତାଙ୍କୁ ଜେଲ୍‌ ପଠେଇ ଦିଆଯାଇଛି।

Advertisment

ପୀଡ଼ିତାଙ୍କ ପ୍ରଥମ ବୟାନ ଆଧାରରେ ପୁଲିସ ୯ ଜଣଙ୍କୁ ଗିରଫ କରିଥିଲା। ମାତ୍ର ବସ୍‌ ଚାଳକ ଲଳିତେନ୍ଦ୍ରଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ପୀଡ଼ିତା। ଲଳିତେନ୍ଦ୍ର ମୁଖ୍ୟ ଅଭିଯୁକ୍ତ ବୋଲି ଗତ ଶନିବାର କେତେକ ୱେବ୍‌ ଚ୍ୟାନେଲ୍‌କୁ ପୀଡ଼ିତା ବୟାନ ଦେଇଥିଲେ। ଯାହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏପରିକି ପଲିଟିକାଲ୍‌ ଲିଙ୍କ ବାହାରିବାରୁ କଳାହାଣ୍ଡି ଜିଲ୍ଲା ପୁଲିସ ତତ୍ପର ହୋଇଥିଲା। ଭାଇରାଲ୍‌ ହୋଇଥିବା ଭିଡ଼ିଓ ଆଧାରରେ ପୀଡ଼ିତାଙ୍କର ସାନି ବୟାନ ରେକର୍ଡ କରିଥିଲା। ଏହି ସମୟରେ ସେ ବସ୍‌ ଡ୍ରାଇଭର ଲଳିତେନ୍ଦ୍ରଙ୍କ ନାଁ ନେଇଥିବା ଅଭିଯୋଗ ହୋଇଛି। ସେହି ଆଧାରରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଭାଇରାଲ୍‌ ହୋଇଥିବା ଭିଡିଓରେ ନିଜକୁ ଜୁନାଗଡ଼ ପୀଡ଼ିତାର ପରିଚୟ ଦେଉଥିବା ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଘଟଣା ଦିନ ସେ ଲଳିତେନ୍ଦ୍ର ସହ ଲିଫ୍ଟରେ ଆସୁଥିଲେ। ତେବେ ହଠାତ ଲଳିତେନ୍ଦ୍ର ବନମାଳୀପୁର ଛକ ନିକଟରେ ବାଇକକୁ ଅଟକାଇ ଦେଇଥିଲା। ପରେ ୬ ଜଣ ଯୁବକ ଆସି ତାଙ୍କୁ ଜଙ୍ଗଲ ଭିତରକୁ ନେଇଯାଇଥିଲେ। ସେଠି ଲଳିତେନ୍ଦ୍ର ପ୍ରଥମେ ଦୁଷ୍କର୍ମ କରିଥିଲା। ତା’ପରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ପୀଡ଼ିତା କହିଥିଲେ। ତେବେ ଲଳିତେନ୍ଦ୍ର ଶବରକୁ ଯଦି ଛାଡ଼ି ଦିଆଯିଏ, ତାହେଲେ ଆତ୍ମହତ୍ୟା କରିବି ବୋଲି ଧମକ୍ ଦେଇଛନ୍ତି ପୀଡ଼ିତା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe