ଜୁନାଗଡ଼ ଗଣଦୁଷ୍କର୍ମ: ବିଜେଡି ଓ ଗୃହ ରାଷ୍ଟ୍ରମନ୍ତ୍ରୀ କେତେ ସ୍ୱଚ୍ଛ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ନାରୀ ନିର୍ଯାତନା ଓ ଦୁଷ୍କର୍ମ ଘଟଣାକୁ ଏଡ଼ାଇ ଦେଇଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ପାଇଁ ଜୁନାଗଡ଼ ଗଣଦୁଷ୍କର୍ମ ଘଟଣା ‘ତଣ୍ଟିରେ କଣ୍ଟା’ ହେବାକୁ ଯାଉଛି। ବିଶେଷକରି ଗଣମାଧ୍ୟମକୁ ପୀଡ଼ିତା ଦେଇଥିବା ବୟାନ ଏବେ ସିଧାସଳଖ ବିଜେଡି ନେତାଙ୍କ ଭୂମିକାକୁ ପଦାରେ ପକାଇ ଦେଇଛି। ଏହାସହିତ ଗଣଦୁଷ୍କର୍ମରେ ସାମିଲ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ପାରିପାଶ୍ୱିର୍କ ସ୍ଥିତି ମଧ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସ୍ୱଚ୍ଛତା ଓ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। […]

bjd

bjd

Manoranjan Sial
  • Published: Friday, 27 September 2019
  • Updated: 27 September 2019, 10:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ନାରୀ ନିର୍ଯାତନା ଓ ଦୁଷ୍କର୍ମ ଘଟଣାକୁ ଏଡ଼ାଇ ଦେଇଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ପାଇଁ ଜୁନାଗଡ଼ ଗଣଦୁଷ୍କର୍ମ ଘଟଣା ‘ତଣ୍ଟିରେ କଣ୍ଟା’ ହେବାକୁ ଯାଉଛି। ବିଶେଷକରି ଗଣମାଧ୍ୟମକୁ ପୀଡ଼ିତା ଦେଇଥିବା ବୟାନ ଏବେ ସିଧାସଳଖ ବିଜେଡି ନେତାଙ୍କ ଭୂମିକାକୁ ପଦାରେ ପକାଇ ଦେଇଛି। ଏହାସହିତ ଗଣଦୁଷ୍କର୍ମରେ ସାମିଲ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ପାରିପାଶ୍ୱିର୍କ ସ୍ଥିତି ମଧ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସ୍ୱଚ୍ଛତା ଓ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ତେବେ ପ୍ରଶ୍ନ ଉଠୁଛି, ଏହି ଗଣଦୁଷ୍କର୍ମ ସହ ବିଜେଡି ନେତାମାନଙ୍କ କିଭଳି ସମ୍ପୃକ୍ତି ରହିଛି? ରାଜ୍ୟ ବିଜେପିର କହିବା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ହେଉଛି କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରବୋଧ ରଥଙ୍କ ବସ୍ ‘ସୁଭଦ୍ରା’ର ଡ୍ରାଇଭର। ପୀଡ଼ିତା ମାମଲା ରୁଜୁ କରିବା ପରେ ପୁଲିସ ଲଳିନ୍ଦ୍ରଙ୍କୁ ଗିରଫ କରିଥିଲା ଓ ତା’ପରେ ଛାଡ଼ିଦେଇଥିଲା। ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ରଙ୍କୁ କାହିଁକି ପୁଲିସ ଛାଡ଼ିଲା ଓ ତାକୁ ଛାଡ଼ିବା ପାଇଁ କିଏ ଚାପ ପକାଇଥିଲା ତାକୁ ନେଇ ସାଧାରଣରେ ବିଜେଡି ଆଡ଼କୁ ଅଙ୍ଗୁଳି ଉଠିବା ସ୍ୱାଭାବିକ। ସେହିପରି ଥାନାରେ ପୁଲିସ ମାମଲା ରୁଜୁ କରିବାର ୨୪ ଘଣ୍ଟା ନପୁରୁଣୁ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ନିଜ ଟିମ୍ ସହ ଜୁନାଗଡ଼ ପହଞ୍ଚି ଯାଇଥିଲେ। ବିଜେଡି ମହିଳା ସଭାନେତ୍ରୀରୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହୋଇଥିବା ଶ୍ରୀମତୀ ବେହେରାଙ୍କ ଏଭଳି ତତ୍ପରତା ଉପରେ ବିଜେପି ପ୍ରଶ୍ନ ଉଠାଇଛି। ଜଗତସିଂହପୁର ଜିଲ୍ଲାରେ ବିଲୁଆଖାଇ ନଦୀ ପଠାରୁ ନର୍ସିଂ ଛାତ୍ରୀ ନିହାରିକାର ମୃତଦେହ ଉଦ୍ଧାର ହେବା ଘଟଣାକୁ ନେଇ ହଟଚମଟ ସୃଷ୍ଟି ହୋଇଥିବାବେଳେ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ନିଜ ଅଫିସଠୁ ମାତ୍ର ୨୦କିମି ଦୂରରେ ଥିବା ମୃତକର ପରିବାରକୁ ଶାନ୍ତ୍ୱନା ଦେବାକୁ ବି ଆଗ୍ରହ ଦେଖାଇନଥିଲେ । କିନ୍ତୁ ଜୁନାଗଡ଼ ଘଟଣାରେ ସକ୍ରିୟତା ଦେଖାଇଥିଲେ।

ଏପଟେ ବସ୍ ଡ୍ରାଇଭର ଲଳିତେନ୍ଦ୍ରଙ୍କୁ ପୁଲିସ ଅଟକ ରଖି ଛାଡ଼ିବାର ୪୮ଘଣ୍ଟା ନପୁରୁଣୁ ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀ ରଥଙ୍କୁ ଭୁବନେଶ୍ୱରରେ ସେପ୍ଟେମ୍ବର ୨୫ତାରିଖରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଦିନତମାମ ଦେଖିବାକୁ ମିଳିଥିଲା। ଏପରିକି ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ପୁଲିସ ଅଫିସରମାନଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଗାନ୍ଧିଜୀଙ୍କ ଅହିଂସା ଓ ଆଦର୍ଶବାଦର ପାଠ ପଢ଼ାଉ ଥିବାବେଳେ ଶ୍ରୀ ରଥ ତାଙ୍କ ସହ ସେହି ମଞ୍ଚରେ ଉପସ୍ଥିତ ଥିଲେ। ରାଜ୍ୟର ଗୃହରାଷ୍ଟ୍ରମନ୍ତ୍ରୀ ଭାବେ ଶ୍ରୀ ମିଶ୍ରଙ୍କୁ ପୁଲିସ ବାହିନୀ ରାଜ୍ୟ ପୁଲିସ ଏକାଡେମୀରେ ପ୍ରୋଟେକଲ ଅନୁସାରେ ସମ୍ମାନ ଦେଇଥିଲା। କିନ୍ତୁ ଶ୍ରୀ ମିଶ୍ରଙ୍କ ସହ ସେହି ମଞ୍ଚରେ ଶ୍ରୀ ରଥ କିଭଳି ଓ କେଉଁ ଅଧିକାରରେ ବସିବାର ସୁଯୋଗ ପାଇଥିଲେ। ଏପଟେ ଜୁନାଗଡ଼ ଗଣଦୁଷ୍କର୍ମକୁ ନେଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ପୀଡ଼ିତା ଦାବି କରୁଥିବା ବେଳେ ସେପଟେ ନିଜର ଡ୍ରାଇଭର ତଥା ମୁଖ୍ୟ ଅଭିଯୁକ୍ତକୁ ଖସାଇବା ପାଇଁ ଶ୍ରୀ ରଥ ସମ୍ଭବତଃ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପାଖେପାଖେ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏପରିକି ଗୃହରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ଏହି ଗଣଦୁଷ୍କର୍ମ ଘଟଣା ସମ୍ପର୍କରେ ପ୍ରଥମରୁ ଅବଗତ ଥିବା ଓ ଏ ସମ୍ପର୍କରେ ସେ କଳାହାଣ୍ଡି ଏସପି ଓ ରେଞ୍ଜ ଡିଆଇଜିଙ୍କୁ ରିପୋର୍ଟ ମାଗିଥିବା କଥା ନିଜେ ଗଣମାଧ୍ୟମରେ କହିଥିଲେ। ଏସବୁ ଘଟଣାକ୍ରମ ଓ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ରକୁ ଖସାଇବା ପାଇଁ ପଡ଼ିଥିବା ଚାପ ଓ ପ୍ରବୋଧ ରଥଙ୍କୁ ପୁଲିସ ବିଭାଗର କାର୍ଯ୍ୟକ୍ରମରେ ମଞ୍ଚରେ ବସାଇବା ଏବେ ବିଜେଡି ସରକାର ତଣ୍ଟିରେ କଣ୍ଟା ସାଜିଛି ।
ସୂଚନାଯୋଗ୍ୟ, ଗଣଦୁଷ୍କର୍ମ ପୀଡ଼ିତା ନର୍ସିଂ ଛାତ୍ରୀ ଗଣମାଧ୍ୟମକୁ ବୟାନ ଦେଇ ବସ୍ ଡ୍ରାଇଭର ନରେନ୍ଦ୍ର ଶବର ଓରଫ ଲଳିତେନ୍ଦ୍ର ହିଁ ମୁଖ୍ୟ ଅଭିଯୁକ୍ତ ଓ ସେ ହିଁ ପ୍ରଥମେ ତାଙ୍କ ସହ ଦୁଷ୍କର୍ମ କରିଥିଲା ବୋଲି କହିଛନ୍ତି। ସେପ୍ଟେମ୍ବର ୧୪ତାରିଖରେ ତାଙ୍କ ସହ ହୋଇଥିବା ଗଣଦୁଷ୍କର୍ମର ଭିଡ଼ିଓକୁ ଅଭିଯୁକ୍ତମାନେ ଭାଇରାଲ କରିବାପରେ ପୀଡ଼ିତାଙ୍କ ଅଭିଯୋଗକୁ ଜୁନାଗଡ଼ ପୁଲିସ ସେପ୍ଟେମ୍ବର ୨୩ତାରିଖରେ ରୁଜୁ କରିଥିଲା। ପୁଲିସ ପ୍ରାରମ୍ଭିକ ପର୍ଯ୍ୟାୟରେ ବସ୍ ଡ୍ରାଇଭର ତଥା ମୁଖ୍ୟ ଅଭିଯୁକ୍ତ ଲଳିତେନ୍ଦ୍ରଙ୍କୁ ଥାନାରେ ଅଟକ ରଖି ଜେରା କରିବାପରେ ଛାଡ଼ି ଦେଇଥିଲା। ଲୋକଲଜ୍ଜା ଓ ଅଭିଯୁକ୍ତମାନଙ୍କ ଭୟରେ ଗଣଦୁଷ୍କର୍ମ ମାମଲାକୁ ଚାପି ରଖିଥିବା ପୀଡ଼ିତା ଏବେ ଗଣମାଧ୍ୟମରେ ମୁଖ୍ୟ ଅଭିଯୁକ୍ତ ଲଳିତେନ୍ଦ୍ରକୁ ପୁଲିସ କାହିଁକି ଗିରଫ କରି ଛାଡ଼ିଦେଲା ବୋଲି ପ୍ରଶ୍ନ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ନକଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story