Advertisment

‘ଜୁନାଗଡ଼ ଗଣଦୁଷ୍କର୍ମ ପୀଡ଼ିତାଙ୍କ ସାନି ବୟାନ ନିଆଯିବ’

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଟୁଇଷ୍ଟ। ଯିଏ ବାଇକ୍‌ରେ ଲିଫ୍ଟ ଦେଇଥିଲା ଓ ଯାହାକୁ ପୁଲିସ ମାମଲାରେ ରାଜସାକ୍ଷୀ ସଜାଇଥିଲା, ସେ ହିଁ ଲଳିନ୍ଦ୍ର ଶବର ଓରଫ ନରେନ୍ଦ୍ର ଶବର ଘଟଣାର ମୁଖ୍ୟ ଖଳନାୟକ। ସୋଶାଲ ମିଡ଼ିଆରେ ପୀଡ଼ିତାଙ୍କ ବୟାନ ଭାଇରାଲ୍‌ ହେବା ପରେ ମାମଲା ଏବେ ନୂଆ ମୋଡ଼ ନେଇଛି। ପୁଲିସ ତତ୍ପର ହୋଇଛି। ପୀଡ଼ିତାଙ୍କ ସାନି ବୟାନ ନିଆଯିବ ବୋଲି କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର କହିଛନ୍ତି। ସେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଜୁନାଗଡ଼ ଗଣଦୁଷ୍କର୍ମ ଘଟଣା; ପୀଡ଼ିତାଙ୍କ ସାନି ବୟାନ ରେକର୍ଡ

junagardh.jpg111

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଟୁଇଷ୍ଟ। ଯିଏ ବାଇକ୍‌ରେ ଲିଫ୍ଟ ଦେଇଥିଲା ଓ ଯାହାକୁ ପୁଲିସ ମାମଲାରେ ରାଜସାକ୍ଷୀ ସଜାଇଥିଲା, ସେ ହିଁ ଲଳିନ୍ଦ୍ର ଶବର ଓରଫ ନରେନ୍ଦ୍ର ଶବର ଘଟଣାର ମୁଖ୍ୟ ଖଳନାୟକ। ସୋଶାଲ ମିଡ଼ିଆରେ ପୀଡ଼ିତାଙ୍କ ବୟାନ ଭାଇରାଲ୍‌ ହେବା ପରେ ମାମଲା ଏବେ ନୂଆ ମୋଡ଼ ନେଇଛି। ପୁଲିସ ତତ୍ପର ହୋଇଛି। ପୀଡ଼ିତାଙ୍କ ସାନି ବୟାନ ନିଆଯିବ ବୋଲି କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର କହିଛନ୍ତି।

Advertisment

ସେ କହିଛନ୍ତି-“ପୀଡ଼ିତା ପୂର୍ବରୁ ଲଳିନ୍ଦ୍ର ଶବରଙ୍କ ସଂପୃକ୍ତି ନେଇ କିଛି କହିନଥିଲେ। ଏପରିକି ସେ ଦେଇଥିବା ଏତଲା,୧୬୧ କି ୧୬୪ ବୟାନ୍‌ରେ ମଧ୍ୟ ଏନେଇ କିଛି କହି ନଥିଲେ। ଏବେ ପୀଡ଼ିତାଙ୍କ ସାନି ବୟାନ ଭିଡ଼ିଓ ଭାଇରାଲ ହେଉଥିବାରୁ ସେହି ଆଧାରରେ ତାଙ୍କ ସାନି ବୟାନ ରେକର୍ଡ ପାଇଁ ତଦନ୍ତ ଅଧିକାରୀ ଓ ଜଣେ ମହିଳା ପୁଲିସଙ୍କୁ ତାଙ୍କ ପାଖକୁ ପଠାଇଛୁ। ସେ ଯଦି ଲଳିନ୍ଦ୍ର ଶବରଙ୍କ ନାଁ କହିବେ, ତାହାହେଲେ ସେହି ଆଧାରରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ଘରକୁ ଫେରିବା ପାଇଁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିବା ବେଳେ ବାଇକ୍‌ରେ ଲିଫ୍ଟ ଦେଇଥିବା ଲଳିନ୍ଦ୍ର ମୁଖ୍ୟ ଖଳନାୟକ। କେତେକ ୱେବ୍‌ ଚ୍ୟାନେଲ୍‌କୁ ଜୁନାଗଡ଼ ପୀଡ଼ିତା ଦେଉଥିବା ବୟାନ୍‌ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ନିଜକୁ ଜୁନାଗଡ଼ ପୀଡ଼ିତାର ପରିଚୟ ଦେଉଥିବା ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଘଟଣା ଦିନ ସେ ଲଳିନ୍ଦ୍ର ସହ ଲିଫ୍ଟରେ ଆସୁଥିଲେ। ତେବେ ହଠାତ ଲଳିନ୍ଦ୍ର ବନମାଳୀପୁର ଛକ ନିକଟରେ ବାଇକକୁ ଅଟକାଇ ଦେଇଥିଲା। ପରେ ୬ ଜଣ ଯୁବକ ଆସି ତାଙ୍କୁ ଜଙ୍ଗଲ ଭିତରକୁ ନେଇଯାଇଥିଲେ। ସେଠି ଲଳିନ୍ଦ୍ର ପ୍ରଥମେ ଦୁଷ୍କର୍ମ କରିଥିଲା। ତା’ପରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ପୀଡ଼ିତା କହିଛନ୍ତି। ତେବେ ଲଳିନ୍ଦ୍ର ଶବରକୁ ଯଦି ଛାଡ଼ି ଦିଆଯିଏ, ତାହେଲେ ଆତ୍ମହତ୍ୟା କରିବି ବୋଲି ଧମକ୍ ଦେଇଛନ୍ତି ପୀଡ଼ିତା।

Advertisment

ଗଣଦୁଷ୍କର୍ମ ଓ ଏହାର ଭିଡ଼ିଓ ଭାଇରାଲ୍ ହେବା ପରେ ପୀଡିତା ଜଣକ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ଧାରା ୧୬୪ ଅନୁଯାୟୀ ବୟାନ୍ ମଧ୍ୟ ରେକଡ଼ କରିଥିଲା। ଏହାରି ଆଧାରରେ ପୁଲିସ୍ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରିବା ସହ ଲଳିନ୍ଦ୍ର ଶବରକୁ ଘଟଣାର ରାଜସାକ୍ଷୀ କରିଥିଲା।