dal
ଭୁବନେଶ୍ୱର: ଡାଲି ଓ ଗହମ ଜାତୀୟ ସାମଗ୍ରୀ ଉପରୁ ଟିକସ୍ ଛାଡ ନେଇ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନ ଥିବାରୁ ଜୁନ ପହିଲାରୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ରାଜ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜି ଭୁବନେଶ୍ୱରରେ ସଂଘର ଏକ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ସଂଘର ୪ ଦଫା ଦାବି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ମେ’ ୨୬ ତାରିଖ ସୁଦ୍ଧା ସଂଘର ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲା।
ଡାଲି ଓ ଗହମଜାତ ଦ୍ରବ୍ୟ ଉପରୁ ଭାଟ୍ ଛାଡ, ସିକ୍ୟୁରିଟି ଓ ରେଜିଷ୍ଟ୍ରେସନ ଫି’ ସମ୍ପୂର୍ଣ୍ଣ ଛାଡ ସହ ଲାଇସେନ୍ସ ଫି’ ୫୦୦ ଟଙ୍କାରୁ କମ କରାଯିବା ଦାବିରେ ସଂଘ ପୂର୍ବରୁ ଧର୍ମଘଟକୁ ଓହ୍ଲାଇ ଥିଲା। ମୁଖ୍ୟ ଶାସନ ସଚିବ ସେତେବେଳେ ବ୍ୟବସାୟୀଙ୍କ ଦାବି ପ୍ରତି ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସଂଘ ଅଭିଯୋଗ କରିଛି। ମେ’ ଶେଷ ସୁଦ୍ଧା କୌଣସି ପଦକ୍ଷେପ ନିଆ ନ ଗଲେ ଜୁନ ପହିଲାରେ ସାଧାରଣ ବୈଠକ ବସି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/05/dal.jpg)