/odisha-reporter/media/post_attachments/uploads/2015/05/Chit-fund-scam-protest-odisha.jpg)
Chitfund
ଭୁବନେଶ୍ୱର: ତହସିଲ ଜରିଆରେ ଘରକୁ ଘର ସର୍ଭେ କରି ଚିଟଫଣ୍ଡ ଜମାକାରୀଙ୍କୁ ଚିହ୍ନଟ, ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଓ ତ୍ରୁଟିଯୁକ୍ତ ଆର୍ଥିକ ଆଇନରେ ସଂଶୋଧନ ଦାବିରେ ଆସନ୍ତା ଜୁନ ୧୦ ତାରିଖରେ ଭୁବନେଶ୍ୱରରେ ଏକ ମହାସମାବେଶ ଆୟୋଜନ କରିବାକୁ ଯାଉଛି ଚିଟଫଣ୍ଡ ସଂସ୍ଥାଗୁଡ଼ିକ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ। ଏଥିରେ ଲକ୍ଷାଧିକ ଜମାକାରୀଙ୍କୁ ସାମିଲ ହେବା ପାଇଁ ମଞ୍ଚ ଆହ୍ୱାନ ଦିଆଯାଇଛି।
ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ମଞ୍ଚ ପକ୍ଷରୁ କୁହାଯାଇଛି ଯେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସମାବେଶ ସ୍ଥଳରେ ସମସ୍ତ କ୍ଷୁଦ୍ର ଜମାକାରୀଙ୍କୁ ସରକାର ସମାବେଶସ୍ଥଳରେ ଟଙ୍କା ଫେରସ୍ତ କରନ୍ତୁ। ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ୪ ଦିନ ତଳେ ଚିଟଫଣ୍ଡ ଠକେଇର ଶିକାର ଜମାକାରୀଙ୍କୁ ଟଙ୍କା ଫେରସ୍ତ ସଂପର୍କରେ ଯେଉଁ ନିଷ୍ପତ୍ତି ଘୋଷଣା କରିଛନ୍ତି ତାହା ଏକ ପ୍ରହସନ। କାରଣ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଭିନ୍ନ ଠକ ସଂସ୍ଥାରେ ଟଙ୍କା ଜମା ରଖି ଜମା ହରାଇଥିବା ବ୍ୟକ୍ତିଙ୍କୁ କିଏ କେବେ ଚିହ୍ନଟ କରିବେ ତାହା ସରକାର ସ୍ପଷ୍ଟ କରେଇ ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
