Advertisment

ଜୁନ୍ ୯ରୁ ଟ୍ରକ ଧର୍ମଘଟ; ସରକାର କରିବେ ଆଲୋଚନା

କଟକ: ତ୍ରୁଟିପୂର୍ଣ୍ଣ ପରିବହନ ନୀତିକୁ ବିରୋଧ କରି ଜୁନ୍ ୯ ତାରିଖରୁ ରାଜ୍ୟ ଟ୍ରକ୍ ମାଲିକ ସଂଘ ଧର୍ମଘଟ କରିବାକୁ ଧମକ ଦେଇଛି। ବୁଧବାର କଟକରେ ରାଜ୍ୟ ଟ୍ରକ ମାଲିକ ସଂଘ ସଭାପତି ବିଭୂତି ପ୍ରସାଦ ଦାସ ଓ ସଂପାଦକ ରବି ଶତପଥୀ ଏହି ସୂଚନା ଦେଇଛନ୍ତି। ଏହି ଧର୍ମଘଟରେ ରାଜ୍ୟର ପ୍ରାୟ ଏକ ଲକ୍ଷ ୩୦ ହଜାର ଟ୍ରକ ସାମିଲ ହେବେ। ସରକାର ସଂଘର ୧୧ ଦଫା ଦାବି ପୂରଣ ନକଲେ ସଂଘ ଜୁନ୍ ୯ରୁ […]

ଜୁନ୍ ୯ରୁ ଟ୍ରକ ଧର୍ମଘଟ; ସରକାର କରିବେ ଆଲୋଚନା

Truckers

Advertisment

କଟକ: ତ୍ରୁଟିପୂର୍ଣ୍ଣ ପରିବହନ ନୀତିକୁ ବିରୋଧ କରି ଜୁନ୍ ୯ ତାରିଖରୁ ରାଜ୍ୟ ଟ୍ରକ୍ ମାଲିକ ସଂଘ ଧର୍ମଘଟ କରିବାକୁ ଧମକ ଦେଇଛି। ବୁଧବାର କଟକରେ ରାଜ୍ୟ ଟ୍ରକ ମାଲିକ ସଂଘ ସଭାପତି ବିଭୂତି ପ୍ରସାଦ ଦାସ ଓ ସଂପାଦକ ରବି ଶତପଥୀ ଏହି ସୂଚନା ଦେଇଛନ୍ତି। ଏହି ଧର୍ମଘଟରେ ରାଜ୍ୟର ପ୍ରାୟ ଏକ ଲକ୍ଷ ୩୦ ହଜାର ଟ୍ରକ ସାମିଲ ହେବେ। ସରକାର ସଂଘର ୧୧ ଦଫା ଦାବି ପୂରଣ ନକଲେ ସଂଘ ଜୁନ୍ ୯ରୁ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି ଯେ ସରକାର ଟ୍ରକ ମାଲିକ ସଂଘ ସହିତ ଆଲୋଚନା କରିବେ। ସଂଘର ଥିବା ଦାବିଗୁଡ଼ିକ ସଂପର୍କରେ ଆଲୋଚନା କରାଯିବା ପରେ କୌଣସି ନିଷ୍ପତ୍ତି ନିଆଯିବ।

Advertisment

ରାଜ୍ୟ ଟ୍ରକ ମାଲିକ ସଂଘର ଦାବିଗୁଡ଼ିକ ମଧ୍ୟରେ ରହିଛି- ଦୁର୍ଘଟଣାଗ୍ରସ୍ତ ଟ୍ରକଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ, ରୋଡ ପରମିଟ୍ ଓ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟଗୁଡ଼ିକୁ ବିନା କାରଣରେ ରଦ୍ଦ ନକରିବା। ଆଉ ଏଥିପାଇଁ ପରିବହନ କମିଶନରଙ୍କ ଦ୍ୱାରା ଚାରି କରାଯାଇଥିବା ନିର୍ଦ୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର କରିବା। ଦୋଷ ପ୍ରମାଣିତ ହେବା ପୂର୍ବରୁ ଦୁର୍ଘଟଣାଗଅସ୍ତ ଟ୍ରକର ଡ୍ରାଇଭରମାନଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ନକରିବା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe