Advertisment

ଜୁନରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଆସନ୍ତା ଜୁନ୍ ମାସରେ ଓଡ଼ିଶା ଆସିବେ କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ। ଶନିବାର ଏହି ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ। ନୂଆଦିଲ୍ଲୀରୁ ଫେରିବା ପରେ ସେ ଏହି ସୂଚନା ଦେଇଛନ୍ତି। ସେ ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ସେହିପରି ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହିତ ବି ଆଲୋଚନା କରିଥିଲେ। ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ଜୁନ୍ ମାସରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ଆଉ ଏଠାରେ ଏକ […]

ଅଦ୍ୟତନ ହୋଇଛି
ଜୁନରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

rahulgandhi

Advertisment

ଭୁବନେଶ୍ୱର: ଆସନ୍ତା ଜୁନ୍ ମାସରେ ଓଡ଼ିଶା ଆସିବେ କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ। ଶନିବାର ଏହି ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ। ନୂଆଦିଲ୍ଲୀରୁ ଫେରିବା ପରେ ସେ ଏହି ସୂଚନା ଦେଇଛନ୍ତି। ସେ ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ସେହିପରି ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହିତ ବି ଆଲୋଚନା କରିଥିଲେ।

Advertisment

ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ଜୁନ୍ ମାସରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ଆଉ ଏଠାରେ ଏକ କୃଷକ ପଦଯାତ୍ରାରେ ଯୋଗ ଦେବେ। ତେବେ ଜୁନ୍ ମାସରେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ରାହୁଲ ଆସିବେ ସେ ନେଇ କିଛି କହି ନାହାନ୍ତି ପିସିସି ସଭାପତି। ଏହା ସହିତ ରାଜ୍ୟର କେଉଁ ସ୍ଥାନରେ ରାହୁଲ କୃଷକ ପଦଯାତ୍ରା କରିବେ ତାହା ବି ସେ କହିନାହାନ୍ତି।

ଗତବର୍ଷ ଲୋକସଭା ନିର୍ବଚନ ପରେ ଏହା ହେବ କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କ ପ୍ରଥମ ଓଡ଼ିଶାଗସ୍ତ।

Advertisment

ସୂଚନାଯୋଗ୍ୟ, ଅଜ୍ଞାତବାସରୁ ଫେରିବା ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୂରା ସକ୍ରିୟ ହୋଇଯାଇଛନ୍ତି। ୟା ମଧ୍ୟରେ ସେ ମହାରାଷ୍ଟ୍ର, ପଞ୍ଜାବ ଓ ତେଲେଙ୍ଗାନା ଆଦିରେ ପଦଯାତ୍ରା କରି ସାରିଛନ୍ତି। ବିଶେଷ ଭାବେ କୃଷକମାନଙ୍କ ସମସ୍ୟାକୁ ନେଇ ସେ ଏହି ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ପଦଯାତ୍ରା କରିଛନ୍ତି। ଏହି ପଦଯାତ୍ରା ବେଳେ ସେ କୃଷକମାନଙ୍କ ସମସ୍ୟାକୁ ପ୍ରତ୍ୟକ୍ଷ ଭାବେ ପଚାରି ବୁଝୁଥିଲେ ଓ ଆତ୍ମହତ୍ୟା କରିଥିବା କିଛି ଚାଷୀଙ୍କ ପରିବାର ଲୋକଙ୍କୁ ବି ଭେଟିଥିଲେ। ଏପରିକି ପଞ୍ଜାବରେ ସେ ମଣ୍ଡିଗୁଡ଼ିକୁ ବୁଲି ଦେଖିଥିଲେ ଓ ସେଠାରୁ ଫେରି ଶସ୍ୟର ଅଭାବୀ ବିକ୍ରି ନେଇ ଲୋକସଭାରେ ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷି ଥିଲେ। ମୋଦି ସରକାର କେବଳ ଉଦ୍ୟୋଗପତିଙ୍କ ସରକାର ବୋଲି କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe