Advertisment

ନିଯୁକ୍ତି ଅପେକ୍ଷାରେ ୭୦ହଜାର ଊର୍ଦ୍ଧ୍ୱ ଆଶାୟୀ, ଅହୋରାତ୍ର ଧାରଣାରେ ବସିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଯୁକ୍ତି ଅପେକ୍ଷାରେ ଥିବା ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘର କର୍ମକର୍ତ୍ତା ଗତକାଲିଠୁ ଅହୋରାତ୍ର ଧାରଣାରେ ବସିଛନ୍ତି। ଭୁବନେଶ୍ୱର ଲୋୟର ପିଏମଜିରେ ସଂଘର ଶତାଧିକ ଯୁବକ ଯୁବତୀ ଗତକାଲିଠୁ ଧାରଣାରେ ବସିଛନ୍ତି। ରାଜ୍ୟରେ ଖାଲି ପଡିଥିବା କନିଷ୍ଠ ଶିକ୍ଷକ ପଦବୀରେ ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ରାଜ୍ୟରେ ୨୦ ହଜାରରୁ ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ୨୦୧୬ ଡିସେମ୍ଭର ପରଠୁ ଆଉ ନିଯୁକ୍ତି […]

ଅଦ୍ୟତନ ହୋଇଛି
ନିଯୁକ୍ତି ଅପେକ୍ଷାରେ ୭୦ହଜାର ଊର୍ଦ୍ଧ୍ୱ ଆଶାୟୀ, ଅହୋରାତ୍ର ଧାରଣାରେ ବସିଲେ

strike-at-pmg

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଯୁକ୍ତି ଅପେକ୍ଷାରେ ଥିବା ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘର କର୍ମକର୍ତ୍ତା ଗତକାଲିଠୁ ଅହୋରାତ୍ର ଧାରଣାରେ ବସିଛନ୍ତି। ଭୁବନେଶ୍ୱର ଲୋୟର ପିଏମଜିରେ ସଂଘର ଶତାଧିକ ଯୁବକ ଯୁବତୀ ଗତକାଲିଠୁ ଧାରଣାରେ ବସିଛନ୍ତି। ରାଜ୍ୟରେ ଖାଲି ପଡିଥିବା କନିଷ୍ଠ ଶିକ୍ଷକ ପଦବୀରେ ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି।

Advertisment

ସେମାନଙ୍କ ଅଭିଯୋଗ ଯେ ରାଜ୍ୟରେ ୨୦ ହଜାରରୁ ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ୨୦୧୬ ଡିସେମ୍ଭର ପରଠୁ ଆଉ ନିଯୁକ୍ତି ପ୍ରକାଶ ପାଇନି। ପ୍ରାୟ ୭୦ ହଜାରରୁ ଅଧିକ ଆଶାୟୀ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି। ତେଣୁ ସରକାର ଯଥାଶୀଘ୍ର ଏହି ପଦବୀ ଗୁଡ଼ିକ ପୂରଣ କରିବାକୁ ସଂଘ ଦାବି କରିଛି।

ଏହାସହ କନିଷ୍ଠ ଶିକ୍ଷକଙ୍କ ବୟସସୀମା ୩୨ରୁ ୪୨କୁ ବୃଦ୍ଧି କରିବାକୁ ବି ଦାବି ହୋଇଛି। ତେବେ ଦାବି ପୂରଣ ନହେବା ଯାଏଁ ଧାରଣା ଜାରି ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ସେପଟେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

ଧାରଣାରେ ବସିଥିବା ସଂଘର ଜଣେ ଯୁବତୀ କହିଛନ୍ତି, ଗତ ପାଞ୍ଚ ବର୍ଷ ହେଲା କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ କୌଣସି ବିଜ୍ଞପ୍ତି ବାହାରି ନାହିଁ। କିନ୍ତୁ ଏହାରି ଭିତରେ ଦୁଇଥର ହାଇସ୍କୁଲ ଓ ଉଚ୍ଚଶିକ୍ଷା ପାଇଁ ନିଯୁକ୍ତି ବାହାରି ସାରିଛି। ପ୍ରାଥମିକ ଶିକ୍ଷା ପ୍ରତି ସରକାରଙ୍କ ଆଦୌ ଚିନ୍ତା ନାହିଁ। ତେଣୁ ଯେପର୍ଯ୍ୟନ୍ତ ସରକାର ଆମକୁ ଲିଖିତ ପ୍ରତିଶ୍ରୁତି ଦେଇନାହାନ୍ତି, ସେଯାଏ ଆମେ ଧାରଣାରେ ବସିବୁ।

ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ ଯେ ରାଜ୍ୟ ସରକାର ଡିସେମ୍ବର ମାସ ଭିତରେ ୧୬ହଜାର ଶିକ୍ଷକଙ୍କୁ ନିଯୁକ୍ତି ମିଳିବ। ୟୁନେସ୍କୋ ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୋଟ୍ ୬୮ହଜାର ୭୧୭ଟି ସରକାରୀ ସ୍କୁଲ୍ ରହିଛି। ସେଗୁଡ଼ିକରେ ଆହୁରି ୨୮ ହଜାର ୮୧୬ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ବିଶେଷ କରି ଗ୍ରାମାଞ୍ଚଳ ସ୍କୁଲଗୁଡ଼ିକରେ ୬୭ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe