Advertisment

ନବ ଦାସ ହତ୍ୟା ମାମଲାର ତଦାରଖ କରିବେ ଜଷ୍ଟିସ୍‌ ଜେପି ଦାସ

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ବ୍ରଜରାଜନଗରରେ ହତ୍ୟା କରାଯାଇଥିଲେ। ବିଜେଡି କର୍ମୀମାନେ ତାଙ୍କୁ ସ୍ୱାଗତ କରୁଥିବା ବେଳେ ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ ନିଜ ନିର୍ଭରଭରରେ ଗୁଳି କରିଥିଲେ।

ଅଦ୍ୟତନ ହୋଇଛି
Justice JP Das

Justice JP Das

Advertisment

ନବ କିଶୋର ଦାସ ହତ୍ୟା ମାମଲାରେ ତଦାରଖ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେପି ଦାସ। ସେ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବେ। ଏନେଇ ହାଇକୋର୍ଟଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ସରକାର। ନିରପେକ୍ଷ ତଦନ୍ତ ନେଇ ଜଣେ ବିଚାରପତିଙ୍କ ସହଯୋଗ ଲୋଡ଼ିଥିଲେ ରାଜ୍ୟ ସରକାର।

Advertisment

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ ଦାସ ବ୍ରଜରାଜନଗର ଯାଉଥିଲେ। ତେବେ ଅଧା ରାସ୍ତାରେ ବିଜେଡି କର୍ମୀମାନେ ତାଙ୍କୁ ସ୍ୱାଗତ କରୁଥିବା ବେଳେ ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ ନିଜ ନିର୍ଭରଭରରେ ଗୁଳି କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସକୁ ଗିରଫ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ସେ କାହିଁକି ହତ୍ୟା କଲା? ଏହାକୁ ନେଇ ନାନା ଚର୍ଚ୍ଚା ଚାଲିଥିବା ନବଙ୍କ ପରିବାର ଓ ବିରୋଧୀ ହତ୍ୟା ଷଡ଼ଯନ୍ତ୍ର ଆଣିଥିଲେ। ସ୍ଥିତି ବିଗୁଡ଼ୁଥିବା ଦେଖି ରାଜ୍ୟ ସରକାର ମଙ୍ଗଳବାର ଝାରସୁଗୁଡ଼ା ଏସ୍‌ପି ଓ ବ୍ରଜରାଜନଗର ଏସ୍‌ଡିପିଓଙ୍କୁ ରାଜ୍ୟ ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରିଥିଲେ। ଆଜି ମୃତ ନବଙ୍କ ପିଏସ୍ଓ ମିତ୍ରଭାନୁ ଦେଓଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ସସ୍‌ପେଣ୍ଡ କରାଯାଇଛି। ଏଥିସହ ବ୍ରଜରାଜନଗର ଥାନା ଆଇଆଇସି ଓ ସବ୍‌ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି।

Advertisment
Bhubaneswar News Naba Das High Court Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe