Advertisment

ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର!

କଟକ(ଓଡ଼ିଶା ରିପୋର୍ଟର): ଦେଶର ୬ଟି ହାଇକୋର୍ଟ ବିଚାରପତିଙ୍କ ଅଦଳବଦଳ କରିବା ପାଇଁ ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ଏହି ଅଦଳବଦଳ ପ୍ରସ୍ତାବରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କୁ କଲିକତା ହାଇକୋର୍ଟକୁ ବଦଳି କରିବାକୁ କୁହାଯାଇଛି। ସେହିପରି ତ୍ରିପୁରା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ଦେବାକୁ କଲେଜିୟମ ସୁପାରିସ କରିଛନ୍ତି। ଜଷ୍ଟିସ ତାଲପତ୍ର ଦୀର୍ଘ ୯ ବର୍ଷ ହେଲା ତ୍ରିପୁରା ହାଇକୋର୍ଟରେ ବିଚାରପତି […]

author-image
Hemant Lenka
ଅଦ୍ୟତନ ହୋଇଛି
ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର!

talapatra

କଟକ(ଓଡ଼ିଶା ରିପୋର୍ଟର): ଦେଶର ୬ଟି ହାଇକୋର୍ଟ ବିଚାରପତିଙ୍କ ଅଦଳବଦଳ କରିବା ପାଇଁ ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ଏହି ଅଦଳବଦଳ ପ୍ରସ୍ତାବରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କୁ କଲିକତା ହାଇକୋର୍ଟକୁ ବଦଳି କରିବାକୁ କୁହାଯାଇଛି। ସେହିପରି ତ୍ରିପୁରା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ଦେବାକୁ କଲେଜିୟମ ସୁପାରିସ କରିଛନ୍ତି। ଜଷ୍ଟିସ ତାଲପତ୍ର ଦୀର୍ଘ ୯ ବର୍ଷ ହେଲା ତ୍ରିପୁରା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ। ହେଲେ ଏବେ ତାଙ୍କୁ କଲେଜିୟମ ଓଡ଼ିଶା ହାଇକୋର୍ଟକୁ ବଦଳି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।

Advertisment

୧୯୬୧ ମସିହା ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁରରେ ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ ତାଳପତ୍ର। ସେ କଲିକତା ବିଶ୍ୱବିଦ୍ୟାଳୟର ଆଇନ ବିଭାଗରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ। ଏହାପରେ ୧୯୯୦ ମସିହା ଯାଏ ଉତ୍ତର ପୂର୍ବ ଭାରତରେ ଥିବା ହାଇକୋର୍ଟରେ ଓକିଲାତି କରିଥିଲେ। ଜଷ୍ଟିସ ତାଳପତ୍ର ଗୌହାଟୀ ହାଇକୋର୍ଟର ଅଗରତାଲା ବେଞ୍ଚରେ ସିଭିଲ, କ୍ରିମିନାଲ ଓ ସାମ୍ବିଧାନିକ ପ୍ରସଙ୍ଗ ଉପରେ କାମ କରିଛନ୍ତି। ୨୦୦୪ ଡିସେମ୍ବର ୨୧ରେ ସେ ଜଣେ ବରିଷ୍ଠ ଆଇନଜୀବୀର ମାନ୍ୟତା ପାଇଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ତାଙ୍କୁ ତ୍ରିପୁରା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ଅବସ୍ଥାପିତ କରାଯାଇଥିଲା। ୨୦୨୦ ସେପ୍ଟେମ୍ବର ମାସରେ ଜଷ୍ଟିସ ତାଳପତ୍ର ତେଲେଙ୍ଗାନା କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ସେ ତ୍ରିପୁରା ହାଇକୋର୍ଟରେ ଦୁଇ ଥର ଆକଟିଂ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ମଧ୍ୟ କରିଛନ୍ତି।

ସୁପ୍ରିମକୋର୍ଟ କଲେଜିୟମ କେନ୍ଦ୍ର ସରକାରଙ୍କୁ ମୋଟ ୬ ଜଣ ବିଚାରପତିଙ୍କ ଅଦଳବଦଳ ପାଇଁ ସୁପାରିସ କରିଛନ୍ତି। ଓଡ଼ିଶା ଓ ତ୍ରିପୁରା ବ୍ୟତୀତ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ହାଇକୋର୍ଟରେ କାର୍ଯ୍ୟ କରୁଥିବା ଜଷ୍ଟିସ ଏ ଅମାନୁଲ୍ଲାଙ୍କୁ ପାଟନା ହାଇକୋର୍ଟ, ମଣିପୁର ହାଇକୋର୍ଟର ବିଚାରପତି ଜଷ୍ଟିସ ଲାନୁସୁଙ୍ଗକୁମ ଜମିରଙ୍କୁ ଗୌହାଟୀ ହାଇକୋର୍ଟ, ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟର ବିଚାରପତି ଜଷ୍ଟିସ ଧୀରଜ ସିଂହ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଓ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ ପି କୁମାର କୌରବଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି ପାଇଁ କଲେଜିୟମ ପ୍ରସ୍ତାବ ଦେଇଛନ୍ତି।

Advertisment

କଲେଜିୟମଙ୍କୁ ସୁପରିସକୁ ଏବେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସମୀକ୍ଷା କରିବ। ଏହାପରେ ଅନୁମୋଦନ ପାଇଁ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ପାଖକୁ ଏହି ପ୍ରସ୍ତାବ ପଠାଇବ। ରାଷ୍ଟ୍ରପତି ପ୍ରସ୍ତାବ ଉପରେ ମୋହର ମାରିବା କ୍ଷଣି ବଦଳି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ।