Advertisment

୫ଟି ରିଜିଓନାଲ ଜୁଡିସିଆଲ ଏକାଡେମୀ ଉଦଘାଟିତ

ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଏହି ଜିଲ୍ଲା କୋର୍ଟଗୁଡ଼ିକୁ ଏହି ଜୁଡିସିଆଲ ଏକାଡେମୀ ସହାୟ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Judicial Academie

Judicial Academie

Advertisment

ରାଜ୍ୟରେ ୫ଟି ରିଜିଓନାଲ ଜୁଡିସିଆଲ ଏକାଡେମୀ ଉଦଘାଟିତ ହୋଇଛି। ଅନୁଗୁଳ, ବାଲେଶ୍ୱର, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଏବଂ କୋରାପୁଟ ଜିଲ୍ଲାର ଜୟପୁରଠାରେ ଏହି ଜୁଡିସିଆଲ ଏକାଡେମୀ କାର୍ଯ୍ୟ କରିବ। ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଏହାକୁ ଉଦଘାଟନ କରିବା ସହ ଏହା ସମଗ୍ର ଦେଶ ପାଇଁ ଉଦାହରଣ ପାଲଟିବ ବୋଲି କହିଛନ୍ତି। ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଏହି ଜିଲ୍ଲା କୋର୍ଟଗୁଡ଼ିକୁ ଏହି ଜୁଡିସିଆଲ ଏକାଡେମୀ ସହାୟ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ନ୍ୟାୟ ପ୍ରଦାନ କ୍ଷେତ୍ରରେ ଜିଲ୍ଲାଗୁଡ଼ିକରେ ଭର୍ଚୁଆଲ କୋର୍ଟ କାର୍ଯ୍ୟକ୍ଷମ କରିବା  ଓଡ଼ିଶା ହାଇକୋର୍ଟର ଉଲ୍ଲେଖନୀୟ ପଦକ୍ଷେପ ବୋଲି ସେ କହିଥିଲେ ।

Advertisment

ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରରେ ଏହି ଭର୍ଚୁଆଲ ମୋଡରେ ଉଦଘାଟନ ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର କହିଛନ୍ତି ଯେ, ଜିଲ୍ଲା ଜଜ୍ ଓ ହାଇକୋର୍ଟ ଜଜମାନଙ୍କ ମଧ୍ୟରେ  ସମନ୍ୱୟ ରକ୍ଷା ଓ ଦୃଢ଼ ପ୍ରୟାସ ଯୋଗୁ ଏହି ରିଜିଓନାଲ ଏକାଡ଼େମୀ ସ୍ଥାପନ ହୋଇପାରିଛି । ଏ ଦିଗରେ ରାଜ୍ୟ ସରକାରଙ୍କ ସହାୟତାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ୫ଟି ସ୍ଥାନକୁ ଚୟନ କରାଯାଇଛି ।

ସେହିପରି ଜୁଡିସିଆଲ ଏକାଡେମୀ ଆଣ୍ଡ ଟ୍ରେନିଂ କମିଟି ଅଧ୍ୟକ୍ଷ ତଥା ହାଇକୋର୍ଟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ କହିଥିଲେ ଯେ, ଗତ ୫ବର୍ଷ ମଧ୍ୟରେ ଓଡ଼ିଶା ଜୁଡିସିଆଲ ଏକାଡେମୀ ଦ୍ୱାରା ୩୦୦ଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆଉ ଏହି ରିଜିଓନାଲ ଏକାଡେମୀଗୁଡ଼ିକ ଆଗାମୀ ଦିନରେ ଜୁଡିସିଆଲ ଅଫିସର, କୋର୍ଟ ଷ୍ଟାଫ, ଓକିଲ, କ୍ଲକ ଓ ଅନ୍ୟ ଷ୍ଟେକହୋଲଡରମାନଙ୍କ ପାଇଁ ସହାୟକ ହେବ ।

Advertisment

ଏହି ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଧନ୍ୟବାଦ ପ୍ରସ୍ତାବ ଦେଇଥିବାବେଳେ କେତେକ ବିଚାରପତି ଏହି ଉତ୍ସବରେ ଉପସ୍ଥିତ ଥିଲେ ଓ ଅନ୍ୟ କେତେକ ହାଇକୋର୍ଟ ବିଚାରପତି ଏସବୁ ନବନିର୍ମିତ ରିଜିଓନାଲ ଜୁଡିସିଆଲ ଏକାଡେମୀରେ ରହି ଜିଲ୍ଲା ଜଜମାନଙ୍କ ସହ ଭର୍ଚୁଆଲରେ ଏହି ଉଦଘାଟନ ସମାରୋହରେ ସାମିଲ ହୋଇଥିଲେ ।

Cuttack Odisha Highcourt High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe