ଜ୍ୟୋତି ବିହାରର ପରିସରରେ ଗାନ୍ଧୀ ମୂର୍ତ୍ତି ଭଙ୍ଗାଯିବା ଘଟଣାରେ ଥାନାରେ ଏତଲା

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଗାନ୍ଧୀ ମୂର୍ତ୍ତି ଭଙ୍ଗାଯିବା ଘଟଣାରେ ମଙ୍ଗଳବାର ବୁର୍ଲା ଥାନାରେ ଏତଲା ଦାୟାର କରିଛନ୍ତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର।

ଗତକାଲି ଏକ ଉତ୍ସବରେ ଜ୍ୟୋତି ବିହାର ପରିସରରେ ନବ ନର୍ମିତ ଗାନ୍ଧୀ ମୂର୍ତ୍ତିର ଅନାବରଣ କରାଯାଇଥିଲା। ତେବେ ଆଜି ସକାଳେ ମୂର୍ତ୍ତି ଭଙ୍ଗାଯାଇଥିବା ଦେଖିବାକୁ ମିଳିଥିଲା। ଜାତିର ପିତାଙ୍କ ମୂର୍ତ୍ତିକୁ ଏଭଳି ଭାବରେ ଭଙ୍ଗାଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।