Advertisment

ମହଙ୍ଗା ପଡ଼ିଲା ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା, ବନ୍ଧାହେଲେ ହେଡ୍‌ ସାର୍‌

ବାଲିଗୁଡ଼ା(ଅଜିତ ନାଏକ): ସହକାରୀ ଶିକ୍ଷୟିତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ମହଙ୍ଗା ପଡ଼ିଛି। ଗିରଫ ହୋଇଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ କୁଡୁତୁଲି ହାଇସ୍କୁଲର ପ୍ରଧାନଶିକ୍ଷକ ଶିକ୍ଷକ ଚନ୍ଦ୍ରଶେଖର ମହାରଣ। ସାର୍‌ ଆଜି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ପୁଲିସ ଗିରଫ କରିଛି। ମାତ୍ର ତାଙ୍କର ଅନ୍ୟ ଦୁଇ ସହଯୋଗୀ ଏବେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୂରା ଘଟଣା ଏମିତି। କୁଡୁତୁଲି ହାଇସ୍କୁଲର […]

author-image
Manoranjan Sial
ମହଙ୍ଗା ପଡ଼ିଲା ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା, ବନ୍ଧାହେଲେ ହେଡ୍‌ ସାର୍‌

police-arrested-headmaster

ବାଲିଗୁଡ଼ା(ଅଜିତ ନାଏକ): ସହକାରୀ ଶିକ୍ଷୟିତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ମହଙ୍ଗା ପଡ଼ିଛି। ଗିରଫ ହୋଇଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ କୁଡୁତୁଲି ହାଇସ୍କୁଲର ପ୍ରଧାନଶିକ୍ଷକ ଶିକ୍ଷକ ଚନ୍ଦ୍ରଶେଖର ମହାରଣ। ସାର୍‌ ଆଜି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ପୁଲିସ ଗିରଫ କରିଛି। ମାତ୍ର ତାଙ୍କର ଅନ୍ୟ ଦୁଇ ସହଯୋଗୀ ଏବେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Advertisment

ପୂରା ଘଟଣା ଏମିତି। କୁଡୁତୁଲି ହାଇସ୍କୁଲର ପ୍ରଧାନଶିକ୍ଷକ ଶିକ୍ଷକ ଚନ୍ଦ୍ର ଶେଖର ମହାରଣା, ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ପିଇଟି ଶିକ୍ଷକ ସୁଶାନ୍ତ ବଳିୟାର ସିଂ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ଦୀର୍ଘଦିନ ଧରି ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ଶିକ୍ଷୟିତ୍ରୀ ଜଣକ ପ୍ରତିବାଦ କରୁଥିଲେ ମଧ୍ୟ ସେମାନେ ନିଜର ଭୁଲ୍‌ ବୁଝି ପାରୁନଥିଲେ। ବରଂ ଅଧିକ ମାତ୍ରାରେ ନିର୍ଯାତନା ଦେଉଥିଲେ। ତେବେ ନିର୍ଯାତନା ଅସହ୍ୟ ହେବାରୁ ଶିକ୍ଷୟିତ୍ରୀ ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଏହାର ପ୍ରତିବାଦରେ ସେପ୍ଟେମ୍ୱର ୧୧ ତାରିଖରେ କୁଇ ସମାଜ ତରଫରୁ କ.ନୂଆ ଗାଁ ଥାନା ଘେରାଓ କରାଯାଇ ଥିଲା। ଆଜି ଏହି ଘଟଣାରେ ପୁଲିସ ପ୍ରଧାନଶିକ୍ଷକ ଚନ୍ଦ୍ର ଶେଖର ମହାରଣଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଶିକ୍ଷକ ଏବେ ବି ଫେରାର ଅଛନ୍ତି।

Advertisment