Advertisment

କଳାବ୍ୟାଜ୍ ପିନ୍ଧି ମାଟ୍ରିକ୍ ପରୀକ୍ଷା ପରିଚାଳନା କରିବେ ଶିକ୍ଷକ

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ମାଟ୍ରିକ ପରୀକ୍ଷାରେ ସହଯୋଗ କରିବାକୁ ଶନିବାର ନିଷ୍ପତ୍ତି ନେଇଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ। ଶିକ୍ଷକମାନେ କଳାବ୍ୟାଜ୍ ପରିଧାନ କରି ପରୀକ୍ଷା ପରିଚାଳନା କରିବେ ବୋଲି ସଂଘର ଆବାହକ ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି। ଆସନ୍ତା ୧୦ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ଖାତା ଦେଖା ବର୍ଜନ କରିବ ବୋଲି ସଂଘ ଚେତାବନୀ ଦେଇଛି। ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ସହଯୋଗ କରିବା ନେଇ ଗତକାଲି ହାଇକୋର୍ଟ ନିର୍ଦ୍ଦେଶ […]

ଅଦ୍ୟତନ ହୋଇଛି
ମନ୍ତ୍ରୀସ୍ତରୀୟ ଆଲୋଚନା ବିଫଳ, ଆନ୍ଦୋଳନ ଜାରି ରଖିବାକୁ ଶିକ୍ଷକଙ୍କ ଚେତାବନୀ

teacher

Advertisment

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ମାଟ୍ରିକ ପରୀକ୍ଷାରେ ସହଯୋଗ କରିବାକୁ ଶନିବାର ନିଷ୍ପତ୍ତି ନେଇଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ। ଶିକ୍ଷକମାନେ କଳାବ୍ୟାଜ୍ ପରିଧାନ କରି ପରୀକ୍ଷା ପରିଚାଳନା କରିବେ ବୋଲି ସଂଘର ଆବାହକ ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି। ଆସନ୍ତା ୧୦ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ଖାତା ଦେଖା ବର୍ଜନ କରିବ ବୋଲି ସଂଘ ଚେତାବନୀ ଦେଇଛି। ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ସହଯୋଗ କରିବା ନେଇ ଗତକାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଶିକ୍ଷକଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଏନେଇ ପରବର୍ତ୍ତୀ ଶୁଣାଣିରେ ବିଚାର କରାଯିବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ପୂର୍ଣ୍ଣ ଅନୁଦାନ ଦାବିରେ ଆଜି ସଚିବାଳୟ ସମ୍ମୁଖରେ ଧାରଣା ଓ ଆନ୍ଦୋଳନରେ ହଜାର ଶିକ୍ଷକ,ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe