Advertisment

ପାଣି ପାଇଁ କଳି, ବଳି ପଡ଼ିଲା ବଡ଼ ଭାଇ

ଭବାନୀପାଟଣା(ରାଜକୁମାର ସିଂହଦେଓ): ଜମିରେ ପାଣି ମଡ଼ାଇବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ହୋଇଥିଲା କଳି। ପରେ ଏହି କଳି ନେଇଥିଲା ଉଗ୍ରରୂପ। ବଡ଼ ଭାଇକୁ ଠେଙ୍ଗାରେ ପିଟିପିଟି ମଝିଆଁ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଭବାନୀପାଟଣା ସଦର ଥାନା ତିଳଲଯୋଡି ଗାଁର ପୂର୍ଣ୍ଣ ମାଝି, ବେଦପତି ମାଝି ଓ ହରଦାସ ମାଝି ସମ୍ପର୍କରେ ହେଉଛନ୍ତି ତିନି ଭାଇ। ସେମାନେ ଅଲଗା ଅଲଗା ରହୁଥିଲେ। ହେଲେ ଜମିରେ ପାଣି […]

ଅଦ୍ୟତନ ହୋଇଛି
ପାଣି ପାଇଁ କଳି, ବଳି ପଡ଼ିଲା ବଡ଼ ଭାଇ

Kalahindi

Advertisment

ଭବାନୀପାଟଣା(ରାଜକୁମାର ସିଂହଦେଓ): ଜମିରେ ପାଣି ମଡ଼ାଇବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ହୋଇଥିଲା କଳି। ପରେ ଏହି କଳି ନେଇଥିଲା ଉଗ୍ରରୂପ। ବଡ଼ ଭାଇକୁ ଠେଙ୍ଗାରେ ପିଟିପିଟି ମଝିଆଁ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି।

Advertisment

ଭବାନୀପାଟଣା ସଦର ଥାନା ତିଳଲଯୋଡି ଗାଁର ପୂର୍ଣ୍ଣ ମାଝି, ବେଦପତି ମାଝି ଓ ହରଦାସ ମାଝି ସମ୍ପର୍କରେ ହେଉଛନ୍ତି ତିନି ଭାଇ। ସେମାନେ ଅଲଗା ଅଲଗା ରହୁଥିଲେ। ହେଲେ ଜମିରେ ପାଣି ମଡ଼ାଇବାକୁ ନେଇ ଅନେକ ସମୟରେ ତିନି ଭାଇଙ୍କ ମଧ୍ୟ ପାଟିତୁଣ୍ଡ ହେଉଥିଲା। ସୋମବାର ପାଟିତୁଣ୍ଡ ଉଗ୍ର ରୂପ ଧାରଣ କରିଥିଲା। ପୂର୍ଣ୍ଣ ଉତ୍‌କ୍ଷିପ୍ତ ହୋଇ ବେଦପତିଙ୍କୁ ଚାପୁଡ଼େ ମାରିଥିଲେ। ଯାହାଫଳରେ ବେଦପତିଙ୍କ ରାଗ ପଞ୍ଚମକୁ ଉଠି ଯାଇଥିଲା। ଆଉ ସଙ୍ଗେ ସଙ୍ଗେ ହାତରେ ଧରିଥିବା ଠେଙ୍ଗାରେ ପୂର୍ଣ୍ଣଙ୍କୁ ପିଟି ପକାଇଥିଲେ। ଘଟଣା ସ୍ଥଳରେ ପୂର୍ଣ୍ଣଙ୍କ ମୃତ୍ୟୁ ହୋଇଯାଇଥିଲା। ପରେ ମୃତଦେହକୁ ଗାଏବ କରିବା ପାଇଁ ବେଦପତି ମାଝି ଯୋଜନା କରିଥିଲେ। ସେଥିପାଇଁ ସାନ ଭାଇ ହରଦାସ ମାଝିକୁ ଡାକିଥିଲେ। ଉଭୟ ମିଶି ପୂର୍ଣ୍ଣଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରେ ଗାତ ଖୋଳି ପୋତି ଦେଇଥିଲେ। ପୂର୍ଣ୍ଣଙ୍କ ମୃତଦେହ ପୋତି ଦେବା ପରେ ବେଦପତି ଓ ହରଦାସ ଘରକୁ ପଳାଇ ଆସିଥିଲେ।

ପୂର୍ଣ୍ଣ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ମାତ୍ର ତାଙ୍କ ପତ୍ତା ପାଇନଥିଲେ। ପରେ ଏନେଇ ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ। ପୁଲିସ୍‌ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ୍‌ ସନ୍ଦେହୀ ଆଖି ଦୁଇ ଭାଇଙ୍କ ଉପରକୁ ଯାଇଥିଲା। ଏହା ପରେ ପୁଲିସ୍‌ ବେଦପତି ଓ ହରଦାସଙ୍କୁ ଥାନାକୁ ଆଣି ଘନଘନ ଜେରା କରିଥିଲା। ଏହି ସମୟରେ ଦୁଇ ଭାଇ ଦୋଷ ସ୍ୱୀକାର କରିଥିଲେ। ବେଦପତି ମାଝି ପିଟିପିଟି ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ଏହା ପରେ ଦୁଇ ଭାଇଙ୍କୁ ସାଥୀରେ ନେଇ ଜଙ୍ଗଲ ଭିତରୁ ଗାତ ଖୋଳି ପୂର୍ଣ୍ଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ୍‌।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe