Advertisment

ବୋଲେରୋ-ମିନି ଟ୍ରକ୍‌ ମୁହାଁମୁହିଁ ଧକ୍କା, ୧୨ ଆହତ

ଆଜି ସକାଳେ ଏକ ବୋଲେରୋରେ ୧୨ ଜଣ ଯାତ୍ରୀ ଆନ୍ଧ୍ରପ୍ରଦେଶରୁ ଧର୍ମଗଡ଼ ଅଭିମୁଖେ ଆସୁଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

କଳାହାଣ୍ଡି- କୋରାପୁଟ ରାସ୍ତାର ଆମପାଣି ଘାଟିରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋ ଓ ମିନି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୧୨ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ଶିଶୁ ଥିବା ଜଣାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ କଳାହାଣ୍ଡି ଜିଲ୍ଲା କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଏକ ବୋଲେରୋରେ ୧୨ ଜଣ ଯାତ୍ରୀ ଆନ୍ଧ୍ରପ୍ରଦେଶରୁ ଧର୍ମଗଡ଼ ଅଭିମୁଖେ ଆସୁଥିଲେ। ଏହି ସମୟରେ ଆମପାଣି ଘାଟିରେ ବୀପରିତ ଦିଗରୁ ଆସୁଥିବା ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବୋଲେରୋରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଦୁର୍ଘଟଣାରେ ମିନି ଟ୍ରକ୍ ଡ୍ରାଇଭରର କିଛି ହୋଇ ନାହିଁଁ। ପୁଲିସ ମିନି ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଓ  ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ବୋଲେରୋର ସମ୍ମୁଖ ଅଂଶ ନଷ୍ଟ ହୋଇଯାଇଛି।

Advertisment
Kalahandi Road Accident , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe