Advertisment

୨ ବନ ଅଧିକାରୀଙ୍କ ବେଲ୍‌ ନାମଞ୍ଜୁର, ଜେଲ୍‌ ଗଲେ

ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ବଦଳରେ ଏଥିପାଇଁ ଆସିଥିବା ଅନୁଦାନକୁ ନିଜ ପକେଟ୍‌ରେ ଭର୍ତ୍ତି କଲେ। ଆମ ଜଙ୍ଗଲ ଯୋଜନାରେ ଜଙ୍ଗଲର ରକ୍ଷଣାବେକ୍ଷଣ, ଉନ୍ନତୀକରଣ ପାଇଁ ଆସିଥିବା ୨୩ ଲକ୍ଷ ଟଙ୍କାକୁ ନିଜ ନିଜ ମଧ୍ୟରେ ବାଣ୍ଟି ନେଲେ। ଏନେଇ ଅଭିଯୋଗ ହେବା ପରେ କୋର୍ଟରେ ହୋଇଥିବା ଶୁଣାଣିରେ ମିଳିଲାନି ବେଲ୍‌।

ଅଦ୍ୟତନ ହୋଇଛି
Arrest

Arrest

Advertisment

ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ବଦଳରେ ଏଥିପାଇଁ ଆସିଥିବା ଅନୁଦାନକୁ ନିଜ ପକେଟ୍‌ରେ ଭର୍ତ୍ତି କରିଥିଲେ। ଆମ ଜଙ୍ଗଲ ଯୋଜନାରେ ଜଙ୍ଗଲର ରକ୍ଷଣାବେକ୍ଷଣ ଓ ଉନ୍ନତୀକରଣ ପାଇଁ ଆସିଥିବା ୨୩ ଲକ୍ଷ ଟଙ୍କାକୁ ନିଜ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ କୋର୍ଟରେ ହୋଇଥିବା ଶୁଣାଣି ବେଳେ ମିଳିଲାନି ବେଲ୍‌। ଫଳରେ ଜେଲ୍‌ ଗଲେ ୨ ବରିଷ୍ଠ ବନ ଅଧିକାରୀ। ଏହି ୨ ବରିଷ୍ଠ ଅଧିକାରୀ ହେଉଛନ୍ତି କଳାହାଣ୍ଡି ଉତ୍ତର ବନଖଣ୍ଡର ପୂର୍ବତନ DFO ଲଳିତେନ୍ଦୁ ଜେନା ଓ ACF ସୁଶାନ୍ତ ସାମନ୍ତରାୟ । 

Advertisment

ଆମ ଜଙ୍ଗଲ ଯୋଜନାରେ ଅର୍ଥ ହରିଲୁଟ ନେଇ ଅଭିଯୋଗ ହେବା ପରେ ଏହି ଦୁଇ ଅଫିସରଙ୍କ ସହ ଆଉ ୫ ଜଣଙ୍କ ନାଁରେ ବି ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ସେହି ୫ ଜଣଙ୍କ ମଧ୍ୟରେ ୨ ଜଣ ରେଞ୍ଜର, ୨ ଜଣ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡ ଅଛନ୍ତି। 

ଭିଜିଲାନ୍ସ କୋର୍ଟରୁ ସମନ ଆସିବା ପରେ ଗତକାଲି ଲଳିତେନ୍ଦୁ ଜେନା ଓ ସୁଶାନ୍ତ ସାମନ୍ତରାୟ କୋର୍ଟରେ ହାଜର ହୋଇଥିଲେ । ମାତ୍ର ଅନ୍ୟମାନେ ହାଜର ହୋଇ ନ ଥିଲେ। କୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ସେଠାରେ ଏହି ଦୁଇ ଅଫିସରଙ୍କ ଜାମିନ ନାମଞ୍ଜୁର ହୋଇଥିଲ। ଫଳରେ ଗିରଫ କରି ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା। 

Advertisment

କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜରେ ଆମ ଜଙ୍ଗଲ ଯୋଜନାରେ ହରିଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଜଣେ ସୂଚନା ଅଧିକାର କର୍ମୀ ଏନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । ଲୋକାୟୁକ୍ତ ଏହି ଘଟଣାର ତଦନ୍ତ ପାଇଁ କଳାହାଣ୍ଡି ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ଏଥିରେ ୨୩ ଲକ୍ଷ ୬୩ ହଜାର ୯୪୦ଟଙ୍କା ଆତ୍ମସାତ ହୋଇଥିବା ଜଣା ପଡ଼ିଥିଲା ।

ନର୍ଲା ବନ ବିଭାଗର ଏହି ଦୁର୍ନୀତି ପ୍ରସଙ୍ଗରେ ୨୦୨୧ ମସିହାରେ ଲୋକୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଭିଜିଲାନ୍ସ କୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଭିଜିଲାନ୍ସ କୋର୍ଟରେ ହାଜର ହେବାକୁ ସମସ୍ତ ୭ ବନ ଅଧିକାରୀ ଓ କର୍ମଚାରୀଙ୍କୁ ସମନ ହୋଇଥିଲା। ମାତ୍ର କେବଳ ଲଳିତେନ୍ଦୁ ଜେନା ଓ ସୁଶାନ୍ତ ସାମନ୍ତରାୟ ଗତକାଲି ହାଜର ହୋଇଥିଲେ। 

Bribe Forest Odisha Forest Dept Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe