କର୍ଲାପାଟରେ ୧୧ ଦିନରେ ଆଖି ବୁଜିଲେଣି ୩ ହାତୀ

କଳାହାଣ୍ଡି(ରାଜକୁମାର ସିଂଦେଓ):  ବିପଦରେ ଗଜରାଜ। କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ୧୧ଦିନରେ  ଆଖି ବୁଜିଲେଣି ୨ ହାତୀ। ପୂର୍ବରୁ ୨ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ମାଈ ହାତୀ ଆଖି ବୁଜିଛି। ଫଳରେ  ଏଡି ଅଭୟାରଣ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।  ଏପରିକି ଏହି ଅଭୟାରଣ୍ୟରେ ବାରମ୍ବାର ହେଉଥିବା ହାତୀ ମୃତ୍ୟୁକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପରିବେଶବିତ। ସୂଚନାଯୋଗ୍ୟ, ଦକ୍ଷିଣ ବନଖଣ୍ଡ  କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡି ଝରଣା ନିକଟରେ ଏକ ହାତୀର ମୃତଦେହ […]

karlapat

karlapat

Niharika Rout
  • Published: Friday, 12 February 2021
  • Updated: 12 February 2021, 09:40 AM IST

Sports

Latest News

କଳାହାଣ୍ଡି(ରାଜକୁମାର ସିଂଦେଓ):  ବିପଦରେ ଗଜରାଜ। କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ୧୧ଦିନରେ  ଆଖି ବୁଜିଲେଣି ୨ ହାତୀ। ପୂର୍ବରୁ ୨ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ମାଈ ହାତୀ ଆଖି ବୁଜିଛି। ଫଳରେ  ଏଡି ଅଭୟାରଣ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।  ଏପରିକି ଏହି ଅଭୟାରଣ୍ୟରେ ବାରମ୍ବାର ହେଉଥିବା ହାତୀ ମୃତ୍ୟୁକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପରିବେଶବିତ।

ସୂଚନାଯୋଗ୍ୟ, ଦକ୍ଷିଣ ବନଖଣ୍ଡ  କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡି ଝରଣା ନିକଟରେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଥିଲା । ଖବର ପାଇ ଦକ୍ଷିଣ ବନଖଣ୍ଡର ଡ଼ିଏଫଓ  ଟି ଅଶୋକ କୁମାର ହାତୀର  ଘଟଣାସ୍ଥଳକୁ  ଯାଇ ତଦନ୍ତ କରିଥିଲେ । ଏହାସହ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ବ୍ୟବଚ୍ଛେଦ ପରେ ହାତୀର ମୃତଦେହକୁ ପୋତି ଦିଆଯାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ଦକ୍ଷିଣ ବନାଞ୍ଚଳ ଡିଏଫଓ ସୂଚନା ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ମାସ ୧ ତାରିଖରେ,  ୮ ତାରିଖରେ ୨ଟି ହାତୀ ଆଖି ବୁଜିଥିଲେ।  କିଛି ଦିନ ବ୍ୟବଧାନ ପରେ ପୁଣି  ଏକ ହାତୀ ମୃତ୍ୟୁ ପରେ ବନ୍ୟ ପ୍ରାଣୀ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ଏହା ଭୁତାଣୁଜନିତ ରୋଗ ହେମରେଜ ସେପ୍ଟିସେମିଆ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଥିବା ଡ଼ିଏଫଓ ଟି ଅଶୋକ କୁମାର ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos