Advertisment

ପୁଲିସ-ନକ୍ସଲ ଗୁଳି ବିନିମୟ; ୩ ନକ୍ସଲ ନିହତ, ଡିଏସପି ଆହତ

ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା।

ଅଦ୍ୟତନ ହୋଇଛି
Naxal

Naxal

Advertisment

କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ପୁଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ସିଆରପିଏଫ୍‌ ଡିଏସ୍‌ପି ଆହତ ହୋଇଛନ୍ତି। ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି। ମୃତ଼ ନକ୍ସଲଙ୍କ ମଧ୍ୟରେ ଜଣେ ACM ରାଙ୍କର ଥିବା ସୂଚନା ମିଳିଛି। ତାଙ୍କ ପାଖରୁ AK 47 ରାଇଫଲ ମିଳିଥିବାରୁ ସେ ACM ରାଙ୍କର ହୋଇଥିବା କୁହାଯାଉଛି। 

Advertisment

ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ମଦନପୁର ଓ ରାମପୁର ଥାନା ପୁଲିସ ଓ ସିଆରପିଏଫ୍‌ ଯବାନମାନେ ମିଳିତ ଭାବେ ସେହି ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ସର୍ଚ୍ଚ ଅପରେସନ ଚାଲିବା ପରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। 

ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିବା ବେଳେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ସେହିପରି ସିଆରପିଏଫ୍‌ର ଜଣେ ଡିଏସପି ଆହତ ହୋଇଛନ୍ତି। ତାଙ୍କ ଦେହରେ ଗୁଳି ବାଜିଛି। ୩ ନକ୍ସଲଙ୍କ ମୃତ୍ୟୁ ଘଟିବା ପରେ ଅନ୍ୟ ନକ୍ସଲମାନେ ସେଠାରୁ ଖସି ପଳାଇଥିଲେ।ଏବେବି ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।

Advertisment

ସୂଚନାଯୋଗ୍ୟ, ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋଟଭଟା ଛକରେ ବିଭିନ୍ନ ପିଲର, ସାଇନ୍ ବୋର୍ଡ ଓ ଦୋକାନ କାନ୍ଥରେ ନକ୍ସଲମାନେ ପୋଷ୍ଟର ଲଗାଇଥିଲେ। ପୋଷ୍ଟରରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ଦ ପାଳନ କରିବାକୁ ଆଦ୍ୱାନ ଦେଇଥିଲେ। ୧୨ଦଫା ନେଇ ନକ୍ସଲଙ୍କ ଏହି ପୋଷ୍ଟର ମରାଯାଇଥିଲା। 

Naxal Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe