Advertisment

ଘରୋଇ କଲେଜରୁ ଏକାଥରକେ ୩୨ ପଜିଟିଭ୍ ଚିହ୍ନଟ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଶିକ୍ଷାନୁଷ୍ଠାନରେ କରୋନା ପଜିଟିଭ୍ ବାହାରିବା ଏବେ ଚିନ୍ତା ବଢ଼ାଇ ଦେଇଛି। ରାଜ୍ୟର ବିଭିନ୍ନ କଲେଜରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହିକ୍ରମରେ ସାମିଲ୍ ହୋଇଛି ଭବାନୀପାଟଣା। ଭବାନୀପାଟଣାର ପ୍ରଗତି କଲେଜରେ ୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ କଳାହାଣ୍ଡି ଜିଲ୍ଲା ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିଲେ। ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। […]

ଅଦ୍ୟତନ ହୋଇଛି
ଘରୋଇ କଲେଜରୁ ଏକାଥରକେ ୩୨ ପଜିଟିଭ୍ ଚିହ୍ନଟ

bhawanipatna

Advertisment

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଶିକ୍ଷାନୁଷ୍ଠାନରେ କରୋନା ପଜିଟିଭ୍ ବାହାରିବା ଏବେ ଚିନ୍ତା ବଢ଼ାଇ ଦେଇଛି। ରାଜ୍ୟର ବିଭିନ୍ନ କଲେଜରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହିକ୍ରମରେ ସାମିଲ୍ ହୋଇଛି ଭବାନୀପାଟଣା। ଭବାନୀପାଟଣାର ପ୍ରଗତି କଲେଜରେ ୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ କଳାହାଣ୍ଡି ଜିଲ୍ଲା ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।

Advertisment

କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିଲେ। ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ହଷ୍ଟେଲରେ ରହୁଥିବା ୮୦ରୁ ୧୦୦ ଜଣ ଛାତ୍ରଛାତ୍ରୀଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୨ ଜଣଙ୍କର ପଜିଟିଭ୍ ଆସିଥିଲା। କିନ୍ତୁ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୨ ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।

ଏକାଥରକେ ୩୨ଜଣ କରୋନା ଆକ୍ରାନ୍ତ ହେବା ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି। ଯେହେତୁ ଏବେ ଗୋଟିଏ ଶିକ୍ଷାନୁଷ୍ଠାନରେ ଏତେ ସଂଖ୍ୟକ ପଜିଟିଭ୍ ହୋଇ ସାରିଛନ୍ତି। ତେଣୁ ବାକି ଶିକ୍ଷାନୁଷ୍ଠାନରେ ମଧ୍ୟ ଶୀଘ୍ର ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।

Advertisment

ରବିବାର ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି (NIT)ର ୭ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି ଭୁବନେଶ୍ୱରର ମୈତ୍ରୀ ବିହାର ସ୍ଥିତ ଆଲେନ୍ ଇନ୍‌ଷ୍ଟିଚ୍ୟୁଟ୍‌ରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଟଣୀ ନିକଟ ଅରୁଗୁଳରେ ଥିବା ଆଇଆଇଟିରେ ୧୦ଜଣଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ୨୦ ପଜିଟିଭ ଚିହ୍ନଟ ପରେ ଆଲେନ ଇନଷ୍ଟିଚ୍ୟୁଟକୁ ଆଜି ସିଲ୍‌ କରିଛି ପ୍ରଶାସନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe