Advertisment

ମାଟ୍ରିକ ପ୍ରଶ୍ନ ଭାଇରାଲ ହୋଇଛି କହି ଉତ୍ତର ବାଣ୍ଟୁଥିଲେ, ୮ ବନ୍ଧା ହେଲେ

ଦଶମ ବୋର୍ଡ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ପ୍ରଚାର କରି ଭୁଲ ଉତ୍ତର ବାଣ୍ଟିଥିବା ଅଭିଯୋଗରେ ୮ ଜଣଙ୍କୁ ଉଠାଇ ନେଇଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ୍।

author-image
Niharika Rout
Arrest

Arrest

ଦଶମ ବୋର୍ଡ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ପ୍ରଚାର କରି ଭୁଲ ଉତ୍ତର ବାଣ୍ଟିଥିବା ଅଭିଯୋଗରେ ୮ ଜଣଙ୍କୁ ଉଠାଇ ନେଇଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ୍। ଗିରଫ ୮ ଜଣଙ୍କ ମଧ୍ୟରେ ଏକ ଘରୋଇ ସ୍କୁଲ ମାଲିକ, ଜେରକ୍ସ ଦୋକାନୀ ପ୍ରମୁଖ ଥିବା ଜଣାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

Advertisment

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ପ୍ରଚାର ହୋଇଥିଲା। ଏହା ଜାଣିବାକୁ କିଛି ଛାତ୍ରଛାତ୍ରୀ ବ୍ୟଗ୍ର ହେବାରୁ ଏହି ଗ୍ୟାଙ୍ଗ ପକ୍ଷରୁ ସେମାନଙ୍କୁ କିଛି ଟଙ୍କା ବଦଳରେ ଭାଇରାଲ ପ୍ରଶ୍ନପତ୍ର ସହ ଉତ୍ତର ବି ବଣ୍ଟା ଯାଇଥିଲା।

ଏନେଇ ବିଭିନ୍ନ ଆଡ଼ୁ ଅଭିଯୋଗ ହେବା ପରେ କଳାହାଣ୍ଡି ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ୮ ଜଣଙ୍କୁ ରାତି ଅଧିଆ ଉଠାଇ ଆଣିଥିଲ। ପଚରାଉଚରା ପରେ ସେମାନେ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ପୁଲିସ୍‌ ୮ ଜଣଙ୍କୁ ଗିରଫ କରିଛି। । ଆରକେ ଶକୁନ୍ତଳା ଉଚ୍ଚ ବିଦ୍ୟାଳୟ ନାମକ ଘରୋଇ ସ୍କୁଲ ପରିଚାଳନା କରୁଥିବା ପ୍ରାଣ ବନ୍ଧୁ ସାହୁ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବୋଲି ଜଣାଯାଇଛି। ଏହି ଘଟଣାରେ ଗିରଫ ସମସ୍ତେ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଯାଜପୁରର ଅଭୟ ନନ୍ଦ ନାମକ ବ୍ୟକ୍ତି ଏଥିରେ ଥିବା ଜଣାଯାଇଛି।

Advertisment

ଗିରଫ ବ୍ୟକ୍ତିମାନଙ୍କଠାରୁ ୨୨ ଟି ମୋବାଇଲ, ୫ଟି ଲାପଟପ, ଗୋଟିଏ ସିପିୟୁ, ଗୋଟାଏ ପେନ୍ ଡ୍ରାଇଭ୍ ଓ ନଗଦ ୧୮ ହଜାର ୯୫୦ ଟଙ୍କା ଜବତ କରିଛି ହୋଇଛି। ଏହି ଘଟଣାରେ ପୁଲିସ କିଛି ନକଲି ପ୍ରଶ୍ନପତ୍ର ବି ଜବତ କରିଛି।

Viral Kalahandi Arrest