Advertisment

ଗରିବଙ୍କ ପାଇଁ  ଆବାସ ଓ ଭତ୍ତା ସାତସପନ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଗରିବ କଲ୍ୟାଣ ପାଇଁ ସରକାରଙ୍କ ମାଳ ମାଳ ଯୋଜନା। ହେଲେ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ଆଗରୁ ବାଟମାରଣା ହେଉଛି। ସରକାରୀ ଯୋଜନାର ବାଟ ଚାହିଁ ଚାହିଁ ବୟଷ ଗଡ଼ି ଯାଉଛି। ହେଲେ ଯୋଜନା ପହଞ୍ଚି ପାରୁ ନାହିଁ। ଅଧିକାରୀମାନଙ୍କ ଦାୟିତ୍ଵହୀନ ହେଉ କି ଲାଭଖୋର ମନବୃତି ପାଇଁ ଜୟପାଟଣା ଅଞ୍ଚଳର ବହୁ ଯୋଗ୍ୟ ହିତାଧିକାରୀ ଆବାସ ଓ ଭତ୍ତା ପାଇ ପାରୁ ନାହାନ୍ତି।  ଫଳରେ ମୁଣ୍ଡ  ଗୁଞ୍ଜିବାକୁ ପାଲ ଓ ଜରି ତଳେ […]

author-image
Tapas Behera
ଗରିବଙ୍କ ପାଇଁ  ଆବାସ ଓ ଭତ୍ତା ସାତସପନ

6hl

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଗରିବ କଲ୍ୟାଣ ପାଇଁ ସରକାରଙ୍କ ମାଳ ମାଳ ଯୋଜନା। ହେଲେ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ଆଗରୁ ବାଟମାରଣା ହେଉଛି। ସରକାରୀ ଯୋଜନାର ବାଟ ଚାହିଁ ଚାହିଁ ବୟଷ ଗଡ଼ି ଯାଉଛି। ହେଲେ ଯୋଜନା ପହଞ୍ଚି ପାରୁ ନାହିଁ। ଅଧିକାରୀମାନଙ୍କ ଦାୟିତ୍ଵହୀନ ହେଉ କି ଲାଭଖୋର ମନବୃତି ପାଇଁ ଜୟପାଟଣା ଅଞ୍ଚଳର ବହୁ ଯୋଗ୍ୟ ହିତାଧିକାରୀ ଆବାସ ଓ ଭତ୍ତା ପାଇ ପାରୁ ନାହାନ୍ତି।  ଫଳରେ ମୁଣ୍ଡ  ଗୁଞ୍ଜିବାକୁ ପାଲ ଓ ଜରି ତଳେ ଜୀବନ ବିତୁଛି।

Advertisment

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପାଇକକେନ୍ଦୁମୁଣ୍ଡି ପଞ୍ଚାୟତର କନକପୁର ଓ ବେଙ୍ଗେର ଗାଁରେ ପହଞ୍ଚି ପାରିନି ଆବାସ ଯୋଜନା। ଯୁଆଡ଼େ ଦେଖିଲେ ନିରୀହ ଗରିବ ମାନଙ୍କ ଝାଟିମାଟି କୁଡ଼ିଆ ଘର। ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନ ଦେଖାଯାଆନ୍ତି।  କୁଡିଆରେ ବର୍ଷା ଟିକେ ବରଷିଗଲେ ଏ କୋଣ ସେ କୋଣ ହୁଅନ୍ତି ୭୬ ବର୍ଷିୟ ମୁକୁନ୍ଦ ଗହିର ଆଉ ତାଙ୍କ ସ୍ତ୍ରୀ ୭୨ ବର୍ଷିୟ ଉଜନ୍ତି ଗହିର। ବୟଷ ର ଅପରାହ୍ନରେ ମଧ୍ୟ ଯୋଜନାର ସୁଫଳ ମିଲୁନି  । ଜଏତି ଶବରଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ୧୪ ବର୍ଷ ପୁରିଥିଲେ ସୁଦ୍ଧା ବିଧବା ଭତ୍ତା ନାହିଁ କି ଆବାସ ଘର ଖଣ୍ଡେ ମିଲିପାରିନି। ବାରମ୍ବାର ଗାଁରୁ ବ୍ଳକ ଯାଏ ଦୌଡି ଦୌଡି ନୟାନ୍ତ ହୋଇଗଲେଣି। ଶ୍ରୀମତି ନାଏକଙ୍କୁ ୭୦ ବର୍ଷ ହେଲାଣି । ହେଲେ ଗୋଟିଏ କୁଡିଆରେ ଦିନ କାଟୁଛନ୍ତି। ବାରମ୍ବାର ନେହୁରା ହେଲେ ବି କେହି ଶୁଣିବାର ନାଁ ନାହିଁ।

ଏମାନଙ୍କ ପରି ଅନେକ ଅସହାୟ ନିରୀହ ଲୋକେ ଖାଲ କର୍ମଚାରୀ ମାନଙ୍କ ଲାଭଖୋର ମନବୃତି ପାଇଁ ସରକାରୀ ଯୋଜନାର ଲାଭ ପାଇ ପାରୁନାହାନ୍ତି। ଯିଏ ଟଙ୍କା ଦିଏ ତାଙ୍କୁ ଆବାସ ଓ ଭତ୍ତା ରେ ସାମିଲ କରନ୍ତି। ଅସହାୟ ଗରିବ ଳୋକ ଟଙ୍କା ଦେଇ ନ ପାରିବାରୁ  ବାରମ୍ବାର ପଞ୍ଚାୟତଠୁ ଆରମ୍ଭ କରି ବ୍ଳକ  ଘେରାଉ କରନ୍ତି। ଏଠି ପ୍ରଶ୍ନ ଆସେ ବୟଷର ଶେଷରେ ଥାଇ ଯଦି ବୁଢ଼ା ବାପାଟେ ସରକାରୀ ଯୋଜନାର ଲାଭ ପାଉନି, ଝାଟିମାଟି କୁଡିଆରେ ଓଳିଏ ଖାଇ ଓଳିଏ ଉପାସରେ  ତେବେ ଏ ଯୋଜନା ସବୁ କାହା ପାଇଁ। ଯୋଜନାର ତାଲିକା ବି ଗଣି ହେବ ନାହିଁ। ହେଲେ ତୃଣମୂଳ ସ୍ତରରେ ସବୁ ଫେଲ ମାରିଛି।

Advertisment