Advertisment

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହରେ ଲାଗିଛି ଡିସପୋଜାଲ ପାଇପ୍, ଚିହ୍ନଟ ପାଇଁ ପୁଲିସ୍‌ ନାକେଦମ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ନିକଟ ମେରିଆବନ୍ଦଲିରେ ଆଜି ସକାଳୁ ରାସ୍ତା କଡ଼ରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମହିଳାଙ୍କ ମୁହଁ ସମେତ ଶରୀରର ବହୁ ଅଂଶ ପୋଡ଼ି ଯାଇଥିବା ବେଳେ ତାଙ୍କ ହାତରେ ଲାଗିଛି ଡିସପୋଜାଲ ପାଇପ୍ । ମହିଳାଙ୍କ ଚିହ୍ନଟ ହୋଇ ପାରି ନ ଥିବା ବେଳେ ଯାଞ୍ଚ ପାଇଁ ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ଆସୁଥିବା ଜଣାଯାଇଛି। ଆଜି ସକାଳୁ ମେରିଆବନ୍ଦଲି ଅଞ୍ଚଳରେ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ […]

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହରେ ଲାଗିଛି ଡିସପୋଜାଲ ପାଇପ୍, ଚିହ୍ନଟ ପାଇଁ ପୁଲିସ୍‌ ନାକେଦମ

shadow

Advertisment

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ନିକଟ ମେରିଆବନ୍ଦଲିରେ ଆଜି ସକାଳୁ ରାସ୍ତା କଡ଼ରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମହିଳାଙ୍କ ମୁହଁ ସମେତ ଶରୀରର ବହୁ ଅଂଶ ପୋଡ଼ି ଯାଇଥିବା ବେଳେ ତାଙ୍କ ହାତରେ ଲାଗିଛି ଡିସପୋଜାଲ ପାଇପ୍ । ମହିଳାଙ୍କ ଚିହ୍ନଟ ହୋଇ ପାରି ନ ଥିବା ବେଳେ ଯାଞ୍ଚ ପାଇଁ ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ଆସୁଥିବା ଜଣାଯାଇଛି।

Advertisment

ଆଜି ସକାଳୁ ମେରିଆବନ୍ଦଲି ଅଞ୍ଚଳରେ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ଖୋଜାଖୋଜି କରି ଜଣେ ମହିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲେ।  ମୃତଦେହରୁ ସାଂଘାତିକ   ଦୁର୍ଗନ୍ଧ ବାହାରୁଥିବାରୁ ୨ରୁ ୩ ଦିନ ତଳେ ତାଙ୍କୁ ପୋଡ଼ା ଯାଇ ରାସ୍ତା କଡ଼ରେ ଫୋପାଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଜୁନାଗଡ଼ର ବରିଷ୍ଠ ଅଧିକାରୀଙ୍କ ସମେତ ପୁଲିସ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।  ମହିଳାଙ୍କ ମୃତଦେହ  ନିକଟରେ ଶାଢୀ, ବେଡସିଟ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଶରୀରର ବହୁ ଅଂଶ ପୋଡ଼ି ଯାଇଥିବାରୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି।

ମହିଳାଜଣକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତ୍ୟୁ ହୋଇଯାଇଥାଇପାରେ, ନଚେତ ଘରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥାଇପାରେ। ତେବେ ପରିବାର ଲୋକଙ୍କ ଜାଣତରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲେ ସେମାନେ ଶେଷକୃତ ସମ୍ପନ୍ନ ନ କରି କାହିଁକି ମୃତଦେହକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଫୋପାଡ଼ି ଦେଲେ ତାହା ଏକ ବଡ଼ ପ୍ରଶ୍ନବାଚୀ।

Advertisment

ଅପରପକ୍ଷେ, ଯଦି ପରିବାର ଲୋକଙ୍କ ଅଜାଣତରେ ଏପରି ହୋଇଛି, ସେମାନେ ମହିଳାଙ୍କୁ ଖୋଜୁଛନ୍ତି, ତେବେ ଏ ସମ୍ପର୍କରେ ନିହାତି କୌଣସି ଥାନାରେ ମାମଲା ରୁଜୁ ହୋଇଥିବ । ତେଣୁ ଜୁନାଗଡ଼ ପୁଲିସ୍‌ କଳାହାଣ୍ଡିର ବିଭିନ୍ନ ଥାନା ସହ ଯୋଗାଯୋଗ କରି ମହିଳାଙ୍କ ନିଖୋଜ ନେଇ କିଛି ମାମଲା ରୁଜୁ ହୋଇଛି କି ବୋଲି ଜାଣିବାକୁ ତଦନ୍ତ ଆରମ୍ଭ କରିଛି।

ଆଜି ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିବ । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ । ବ୍ୟବଚ୍ଛେଦ  ରିପୋର୍ଟ ଆସିବା ପରେ ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରେ ବୋଲି ଅନୁମାନ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe