କିଡନୀ ଦେଇ ବାପାକୁ ନୂଆ ଜୀବନ ଦେଲା ଝିଅ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଦୁହିତା ଦୁହିଁ କୁଳକୁ ହିତା। ତ୍ୟାଗ ନିଷ୍ଠା ଓ ଭଲ ପାଇବା ଓ ନିଜ କର୍ତ୍ତବ୍ୟ ଆଗରେ ବାପାଙ୍କ ଜୀବନ ରକ୍ଷା କବଚ ସାଜି ନିଜର ଅମୂଲ୍ୟ ଅଙ୍ଗ ଦାନ କରି ବାପା ଓ ଝିଅ ମଧ୍ୟରେ ରହିଥିବା ନିବିଡ଼ ସମ୍ପର୍କକୁ ସବୁଦିନ ପାଇଁ ଅମର କରିଦେଇଛି ଝିଅ। ଆଉ ଦୁନିଆକୁ ଦେଖାଇଛି ବାପା-ଝିଅ ମଧ୍ୟରେ ଥିବା ପ୍ରେମର ନିଦର୍ଶନ। ଆମେ କହୁଛୁ କଳାହାଣ୍ଡି କୋକସରା ବ୍ଲକ ଲଡୁଗାଁ ଗ୍ରାମର ସୁନିଲ ଗର୍ଗ(୪୭)ଙ୍କର […]

sunil-and-saloni

Ranjit Kumar Jena
  • Published: Thursday, 23 September 2021
  • , Updated: 23 September 2021, 09:33 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଦୁହିତା ଦୁହିଁ କୁଳକୁ ହିତା। ତ୍ୟାଗ ନିଷ୍ଠା ଓ ଭଲ ପାଇବା ଓ ନିଜ କର୍ତ୍ତବ୍ୟ ଆଗରେ ବାପାଙ୍କ ଜୀବନ ରକ୍ଷା କବଚ ସାଜି ନିଜର ଅମୂଲ୍ୟ ଅଙ୍ଗ ଦାନ କରି ବାପା ଓ ଝିଅ ମଧ୍ୟରେ ରହିଥିବା ନିବିଡ଼ ସମ୍ପର୍କକୁ ସବୁଦିନ ପାଇଁ ଅମର କରିଦେଇଛି ଝିଅ। ଆଉ ଦୁନିଆକୁ ଦେଖାଇଛି ବାପା-ଝିଅ ମଧ୍ୟରେ ଥିବା ପ୍ରେମର ନିଦର୍ଶନ।

ଆମେ କହୁଛୁ କଳାହାଣ୍ଡି କୋକସରା ବ୍ଲକ ଲଡୁଗାଁ ଗ୍ରାମର ସୁନିଲ ଗର୍ଗ(୪୭)ଙ୍କର ୨୨ ବର୍ଷର ଝିଅ ସଲୋନୀ ଗର୍ଗଙ୍କ କଥା। ସଲୋନୀ ନିଜ ବାପାଙ୍କୁ କିଡନୀ ଦାନ କରି ନୂଆ ଜୀବନ ଦେଇଛନ୍ତି। ଆଉ ପାଲଟି ଯାଇଛନ୍ତି ଅନ୍ୟମାନଙ୍କ ପାଇଁ ବଡ଼ ଉଦାହରଣ। ସୁନୀଲ ଗତ କିଛି ବର୍ଷ ହେବ କିଡନୀ ଜନିତ ରୋଗରେ ପୀଡିତ ଥିଲେ।

କିଛିମାସ ତଳେ ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଥିବା ନେଇ ଡାକ୍ତର ରିପୋର୍ଟରୁ ଜାଣିବାକୁ ପାଇଲେ। ଯାହା ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ତାଙ୍କ ଜୀବନ ରକ୍ଷା ପାଇଁ କିଡନୀ ପ୍ରତ୍ୟାରୋପଣ ହିଁ ଏକମାତ୍ର ଉପାୟ ବୋଲି ଚିକିତ୍ସା କରୁଥିବା ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ କିଏ ତାଙ୍କୁ କିଡନୀ ଦାନ କରିବ ସେନେଇ ପରିବାର ଚିନ୍ତାରେ ରହିଥିଲା। ଆଉ ଏହି ସମୟରେ ସୁନିଲଙ୍କ ୨୨ ବର୍ଷୀୟା ଝିଅ ସଲୋନୀ ଦେଖାଇଥିଲେ ମହାନତାର ଅନନ୍ୟ ଉଦାହରଣ।

[caption id="attachment_678450" align="alignnone" width="867"] ଝିଅ ସଲୋନୀ[/caption]

ସୋ ବାପାଙ୍କୁ ନିଜର କିଡନୀ ଦାନ କରିବାକୁ ଆଗକୁ ଆସିଥିଲେ। ହେଲେ ବାପା ଓ ପରିବାର ମନା କରିଥିଲେ। କିନ୍ତୁ ନିଜ ଜନ୍ମକଲା ବାପାଙ୍କୁ କିଡନୀ ଦାନ କରିବାକୁ ଝିଅ ସୋନାଲି ଅଡ଼ି ବସିଥିଲେ। ଆଉର ଝିଅର ଜିଦ୍ ଆଗରେ ପରିବାରକୁ ଶେଷରେ ହଁ କରିବାକୁ ପଡିଥିଲା। ପରେ ଗତ ୮ ତାରିଖ ଦିନ କିଡନୀ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ପାଇଁ ସୁନିଲ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ମେଦାନ୍ତ ହସ୍ପିଟାଲର ଡାକ୍ତରଙ୍କ ଟିମ୍ ସମସ୍ତ ପରୀକ୍ଷା କରିବା ପରେ ସଫଳତାର ସହ କିଡନୀ ପ୍ରତ୍ୟାରୋପଣ କରିବାରେ ସଫଳ ହୋଇଥିଲେ। ବର୍ତ୍ତମାନ ଅସ୍ତ୍ରୋପଚାର ପରେ ସୁନିଲ ଓ ତାଙ୍କ ଝିଅ ସଲୋନୀ ସୁସ୍ଥ ଅଛନ୍ତି। ତେବେ ଏଭଳି ଝିଅକୁ ଜନ୍ମ ଦେଇ ଆଜି ବାପା ଓ ପରିବାର ଗର୍ବିତ ଅନୁଭବ କରୁଛନ୍ତି। ନିଜ ଆଗାମୀ ଭବିଷ୍ୟତକୁ ଖାତିର ନକରି ଝିଅ ସୋନାଲି ବାପାଙ୍କୁ ନିଜ ଅଙ୍ଗ ଦାନ କରି ନିଜର ଝିଅ ଜନ୍ମର ପୂଣ୍ୟତା ପାଇଥିବା ଓ ଝିଅର କର୍ତ୍ତବ୍ୟ କରିବା ସହ ଆତ୍ମତୁପ୍ତି ପାଇଥିବା କହିଛନ୍ତି।

ସୋନାଲିକୁ ପ୍ରଶଂସା କରି ପରିବାର ଓ ବନ୍ଧୁବାନ୍ଧବ କହିଛନ୍ତି ଯେ ଏମିତି ଝିଅ ଭାଗ୍ୟରେ ଥିଲେ। ଏହି ଖବର ଲଡୁଗାଁରେ ପ୍ରଚାରିତ ପରେ ସବୁ ମହଲରୁ ସୋନାଲିଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆତ୍ମୀୟ ପରିଜନଙ୍କ ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ସୁନିଲ ଗର୍ଗ ଓ ଝିଅ ସୋନାଳି ଦିଲ୍ଲୀ ମେଦାନ୍ତ ହସ୍ପିଟାଲରେ ରହିଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ପରେ ସେମାନେ ଫେରିବେ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି।

Related story