Advertisment

ଠେଲା ଗାଡ଼ିରୁ ମିଳିଲା ମୃତଦେହ, ପରିବାର ଲୋକ ଆଣିଲେ ସାଂଘାତିକ ଅଭିଯୋଗ

ଭବାନୀପାଟଣା(ରାଜ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନିର୍ମାଣାଧୀନ ନୂଆ ବସଷ୍ଟାଣ୍ଡ ନିକଟ ଏକ ଠେଲା ଗାଡ଼ିରୁ ଆଜି ସକାଳେ ମିଳିଛି ଏକ ମୃତଦେହ। ମୃତକ କାଳୀ ମନ୍ଦିରପଡ଼ାର ଭରତ ମାଝୀ। ତାଙ୍କୁ କେହି ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଭରତଙ୍କର ପରିବାର କହିଲେ ତାଙ୍କ ପତ୍ନୀ ଓ ୨ଟି ଛୋଟ ଶିଶୁ।  ରିକ୍ସା ଟାଣି ସେ ପରିବାର ସଦସ୍ୟଙ୍କ ପେଟ ପୋଷୁଥିଲେ। ଗତକାଲି ସକାଳେ […]

author-image
Niharika Rout
ଅଦ୍ୟତନ ହୋଇଛି
ଚାଲିଗଲା ୩ ଜୀବନ, ୨ ଆହତ

deadbody

ଭବାନୀପାଟଣା(ରାଜ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନିର୍ମାଣାଧୀନ ନୂଆ ବସଷ୍ଟାଣ୍ଡ ନିକଟ ଏକ ଠେଲା ଗାଡ଼ିରୁ ଆଜି ସକାଳେ ମିଳିଛି ଏକ ମୃତଦେହ। ମୃତକ କାଳୀ ମନ୍ଦିରପଡ଼ାର ଭରତ ମାଝୀ। ତାଙ୍କୁ କେହି ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment

ଭରତଙ୍କର ପରିବାର କହିଲେ ତାଙ୍କ ପତ୍ନୀ ଓ ୨ଟି ଛୋଟ ଶିଶୁ।  ରିକ୍ସା ଟାଣି ସେ ପରିବାର ସଦସ୍ୟଙ୍କ ପେଟ ପୋଷୁଥିଲେ। ଗତକାଲି ସକାଳେ ସେ ଘରୁ  ବାହାରି କେଉଁଆଡ଼େ ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ତାଙ୍କ ସ୍ତ୍ରୀ ଖୋଜାଖୋଜି କରିଥିଲେ। କିନ୍ତୁ ପାଇ ନଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ବସଷ୍ଟାଣ୍ଡ ନିକଟ ଏକ ଠେଲାରେ ଭରତଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।

[caption id="attachment_727776" align="aligncenter" width="650"]deadbody ମୃତକଙ୍କ ପରିବାର ଲୋକ ।[/caption]

Advertisment

ଏହା ପରେ ଭବାନୀପାଟଣା ଟାଉନ ଥାନା ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ କେଉଁ କାରଣରୁ ଭରତଙ୍କ ମୃତ୍ୟ ହେଲା, ତାହା ସ୍ପଷ୍ଟ ହୋଇନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।