ମିଳିବନି ଇନ୍ଦ୍ରାବତୀ ପାଣି, ଉଜୁଡ଼ିଯିବ ଭାତ ହାଣ୍ଡି; ଶେଷରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା):  ଚାଷୀ ପେଟକୁ ଲାତ ମାରିଲେ ଇନ୍ଦ୍ରାବତୀ କର୍ତ୍ତୃପକ୍ଷ । ଚଳିତ ବର୍ଷ ରବି ଚାଷ ପାଇଁ ମିଳିବନି ପାଣି । ଗୁହାରି କଲେ ଶୁଣୁ ନାହାନ୍ତି କର୍ତ୍ତୃପକ୍ଷ । ଶେଷରେ ନିଜ ପେଟପାଟଣା ପାଇଁ ଓ ନିଜ ପରିବାର ମୁହଁରେ ଦାନା ଦେବାକୁ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଚାଷୀ। କଳାହାଣ୍ଡି ଜିଲ୍ଲା ଗୁନଗୁନିଆରେଠାରେ କରିଛନ୍ତି ରାସ୍ତାରୋକ। ଶତାଧିକ ଚାଷୀ ଆଜି ସକାଳ ୬ ଟାରୁ ଏଠାରେ ମୁଖିଗୁଡ଼ା-ମୋଟେର ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି। […]

strike

strike

Tapaswini Nayak
  • Published: Wednesday, 10 November 2021
  • Updated: 10 November 2021, 01:22 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା):  ଚାଷୀ ପେଟକୁ ଲାତ ମାରିଲେ ଇନ୍ଦ୍ରାବତୀ କର୍ତ୍ତୃପକ୍ଷ । ଚଳିତ ବର୍ଷ ରବି ଚାଷ ପାଇଁ ମିଳିବନି ପାଣି । ଗୁହାରି କଲେ ଶୁଣୁ ନାହାନ୍ତି କର୍ତ୍ତୃପକ୍ଷ । ଶେଷରେ ନିଜ ପେଟପାଟଣା ପାଇଁ ଓ ନିଜ ପରିବାର ମୁହଁରେ ଦାନା ଦେବାକୁ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଚାଷୀ। କଳାହାଣ୍ଡି ଜିଲ୍ଲା ଗୁନଗୁନିଆରେଠାରେ କରିଛନ୍ତି ରାସ୍ତାରୋକ। ଶତାଧିକ ଚାଷୀ ଆଜି ସକାଳ ୬ ଟାରୁ ଏଠାରେ ମୁଖିଗୁଡ଼ା-ମୋଟେର ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି।

କଳାହାଣ୍ଡି ଜିଲ୍ଲାର ପ୍ରାୟ ୭-୮ ଖଣ୍ଡ ପଞ୍ଚାୟତର ଚାଷୀ ରବି ଚାଷ ନିମନ୍ତେ ଇନ୍ଦ୍ରାବତୀ ଜଳ ଉପରେ ନିର୍ଭର କରନ୍ତି। ମାତ୍ର ନିଜ ଖାମଖିଆଲି ମନୋଭାବ ଯୋଗୁ ତାଙ୍କ ଭାତ ହାଣ୍ଡି ଉଜାଡ଼ିବାକୁ  ବସିଛନ୍ତି ଇନ୍ଦ୍ରାବତୀ କର୍ତ୍ତୃପକ୍ଷ । ଚଳିତ ବର୍ଷ କମ୍‌ ବୃଷ୍ଟିପାତ ଯୋଗୁ ଇନ୍ଦ୍ରାବତୀରେ କମ୍‌ ପାଣି ଥିବା କହିଛନ୍ତି କର୍ତ୍ତୃପକ୍ଷ । ଏପରିକି ନୋଟିସ୍‌ ଜରିଆରେ ଇନ୍ଦ୍ରାବତୀ  ପାଣିକୁ ଭରସା କରି ନ ରହିବାକୁ ଚରମ ବାଣୀ ବି ଶୁଣାଇ ଦେଇଛନ୍ତି। ଆସନ୍ତା ରବିଚାଷ ପାଇଁ ଡ୍ୟାମରୁ କେବଳ ୭ କିମି ପର୍ଯ୍ୟନ୍ତ  ପାଣି ଯୋଗାଇ ଦିଆଯିବ ବୋଲି ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେଣୁ ପ୍ରଶାସନର ଏପରି ନିଷ୍ପତ୍ତି ଶୁଣି ଅନ୍ୟ ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି।

[caption id="attachment_690565" align="aligncenter" width="650"]Indravati Dam ଇନ୍ଦ୍ରାବତୀ ଜଳଭଣ୍ଡାର[/caption]

ଚାଷୀମାନେ କରିଥିବା ଅଭିଯୋଗ ଅନୁଯାୟୀ, ୨୦୦୯ ମସିହାରେ ଚଳିତ ବର୍ଷଠୁ ଜଳସ୍ତର କମ୍‌ ଥାଇ ବି ୨୫ କିମି ପର୍ଯ୍ୟନ୍ତ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା। ଏନେଇ ସେମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସୁପରିଣ୍ଟେଣ୍ଡଣ୍ଟ ଇଞ୍ଜିନିୟର ଓ ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଅଧିକ ଜମିକୁ ଜଳ ଯୋଗାଇ ଦେବାକୁ ଗୁହାରି ବି କରିଛନ୍ତି। ହେଲେ ବାରମ୍ବାର ଅନୁରୋଧ ପରେ ବି ପ୍ରଶାସନ ତରଫରୁ କୌଣସି ପ୍ରତିଶ୍ରୁତି ଦିଆଯାଇନି କି ପଦକ୍ଷେପ ଗ୍ରହଣ କରାଯାଇନି। ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ରାସ୍ତାକୁ ଓହ୍ଲାଇବେ ବୋଲି ପୂର୍ବରୁ ଚାଷୀମାନେ ଚେତାବନୀ ଦେଇଥିବା ବେଳେ ଆଜିଠୁ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଫଳରେ ଶହ ଶହ ସଂଖ୍ୟାରେ ଚାଷୀ ମୁଖିଗୁଡ଼ା-ମୋଟେରର ମୁଖ୍ୟରାସ୍ତାକୁ ଗୁନଗୁନିଆରେଠାରେ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଫଳରେ ଯାତାୟତ ଠପ୍‌ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର  ଅଟକି ରହିଛି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଏନେଇ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos