ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ବାପପୁଅଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ। ଏକ ହତ୍ୟାକାଣ୍ଡ ମାମଲାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅତିରିକ୍ତ ଦୌରାଜଜ୍ଙ୍କ କୋର୍ଟ ଶୁଣାଇଛନ୍ତି ଏହି ଦଣ୍ଡାଦେଶ।
ଆଜୀବନ କାରାଦଣ୍ଡାଦେଶ ପାଇଥିବା ଏହି ବାପପୁଅ ହେଲେ- ଜଗତ ଜୁଏଡ଼ ଓରଫ ଡମ ବୁଢ଼ା ଓ ପବିତ୍ର ଜୁଏଡ଼ ଓରଫ ମଣ୍ଟୁ।
୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଚୈଗୁଡ଼ାରେ ଘଟିଥିବା ହତ୍ୟାକାଣ୍ଡରେ କୋର୍ଟ ଜଗତ ଓ ତାଙ୍କ ପୁଅ ପବିତ୍ରଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି।
[caption id="attachment_701364" align="aligncenter" width="650"]
ଏକ ଛୋଟ ଘଟଣାକୁ ନେଇ ଚିଚୈଗୁଡ଼ା ଗାଁର ଶ୍ରୀମୂଖ ବାଗଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଏହି ବାପପୁଅ। ଏହା ସହିତ ଶ୍ରୀମୂଖଙ୍କ ପୁଅ କୁନା ବାଗଙ୍କୁ ମଧ୍ୟ ହାଣି ଗୁରୁତର କରି ଦେଇଥିଲେ।