/odisha-reporter/media/post_attachments/uploads/2021/02/file-1-ed.jpg)
file-1 ed
କଳାହାଣ୍ଡି(ରାଜ କୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ମାଈ ହାତୀର ମୃତ୍ୟୁ। ଘୁଷୁରିଗୁଡ଼ି ଜଙ୍ଗଲ ଭିତରେ ହାତୀଟି ମରି ପଡ଼ିଥିବାର ଖବର ପାଇ ବନ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ହାତୀ ମୃତ୍ୟୁର କାରଣ ଏ ଯାଏ ଜଣାପଡ଼ିନି । ଶବ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ଦକ୍ଷିଣ ବନାଞ୍ଚଳ ଡିଏଫ୍ଓ କହିଛନ୍ତି।
Advertisment
[caption id="attachment_618304" align="aligncenter" width="650"]
କର୍ଲାପାଟ ଅଭୟାରଣ୍ୟରେ[/caption]
ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ଏହି ଅଭୟାରଣ୍ୟରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା । ଅଭୟାରଣ୍ୟ ଭିତରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
