ଆଖି ବୁଜିଲା ମାଈ ହାତୀ

କଳାହାଣ୍ଡି(ରାଜ କୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ମାଈ ହାତୀର ମୃତ୍ୟୁ। ଘୁଷୁରିଗୁଡ଼ି ଜଙ୍ଗଲ ଭିତରେ ହାତୀଟି ମରି ପଡ଼ିଥିବାର ଖବର ପାଇ  ବନ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ହାତୀ ମୃତ୍ୟୁର କାରଣ ଏ ଯାଏ ଜଣାପଡ଼ିନି । ଶବ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ଦକ୍ଷିଣ ବନାଞ୍ଚଳ ଡିଏଫ୍ଓ କହିଛନ୍ତି। ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ଏହି ଅଭୟାରଣ୍ୟରେ ଗୋଟିଏ ମାଈ ହାତୀର […]

file-1 ed

Niharika Rout
  • Published: Wednesday, 10 February 2021
  • , Updated: 10 February 2021, 09:52 AM IST

କଳାହାଣ୍ଡି(ରାଜ କୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ମାଈ ହାତୀର ମୃତ୍ୟୁ। ଘୁଷୁରିଗୁଡ଼ି ଜଙ୍ଗଲ ଭିତରେ ହାତୀଟି ମରି ପଡ଼ିଥିବାର ଖବର ପାଇ  ବନ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ହାତୀ ମୃତ୍ୟୁର କାରଣ ଏ ଯାଏ ଜଣାପଡ଼ିନି । ଶବ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ଦକ୍ଷିଣ ବନାଞ୍ଚଳ ଡିଏଫ୍ଓ କହିଛନ୍ତି।

[caption id="attachment_618304" align="aligncenter" width="650"] କର୍ଲାପାଟ ଅଭୟାରଣ୍ୟରେ[/caption]

ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ଏହି ଅଭୟାରଣ୍ୟରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା । ଅଭୟାରଣ୍ୟ ଭିତରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Related story