ରାସ୍ତାରେ ଯାଉଥିଲା କାର୍‌, ଲାଗିଗଲା ନିଆଁ

ଭବାନୀପାଟଣା (ରାଜ କୁମାର ସିଂଦେଓ): ରାସ୍ତାରେ ଜଳିଗଲା ଚଳନ୍ତା କାର୍ । ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ, ନିମିଷକ ମଧ୍ୟରେ କାର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଏହି ଅଘଟଣ ଗତକାଲି ବିଳମ୍ବିତ ରାତିରେ ଭବାନୀପାଟଣାରେ ଘଟିଛି । ଭବାନୀପାଟଣା ପ୍ରଗତୀ ମହାବିଦ୍ୟାଳୟ ସମ୍ମୁଖରେ ଯାଉଥିବା ବେଳେ କାର୍‌ରୁ ପ୍ରଥମେ ଧୂଆଁ ବାହାରିଥିଲା। ଏହାପରେ ହଠାତ୍‌ କାର୍‌ରେ ନିଆଁ ଲାଗି ଯାଇଥିଲା।   କାର୍ ଚାଳକ ଉପସ୍ଥିତି ବୁଦ୍ଧି ଖଟାଇ ଚଳନ୍ତା ଗାଡିରୁ ଡେଇଁ ପଡ଼ି […]

car-1

Niharika Rout
  • Published: Friday, 05 February 2021
  • , Updated: 05 February 2021, 10:05 AM IST

ଭବାନୀପାଟଣା (ରାଜ କୁମାର ସିଂଦେଓ): ରାସ୍ତାରେ ଜଳିଗଲା ଚଳନ୍ତା କାର୍ । ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ, ନିମିଷକ ମଧ୍ୟରେ କାର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଏହି ଅଘଟଣ ଗତକାଲି ବିଳମ୍ବିତ ରାତିରେ ଭବାନୀପାଟଣାରେ ଘଟିଛି ।

ଭବାନୀପାଟଣା ପ୍ରଗତୀ ମହାବିଦ୍ୟାଳୟ ସମ୍ମୁଖରେ ଯାଉଥିବା ବେଳେ କାର୍‌ରୁ ପ୍ରଥମେ ଧୂଆଁ ବାହାରିଥିଲା। ଏହାପରେ ହଠାତ୍‌ କାର୍‌ରେ ନିଆଁ ଲାଗି ଯାଇଥିଲା।   କାର୍ ଚାଳକ ଉପସ୍ଥିତି ବୁଦ୍ଧି ଖଟାଇ ଚଳନ୍ତା ଗାଡିରୁ ଡେଇଁ ପଡ଼ି ଜୀବନ ରକ୍ଷା କରିଥିଲେ ।

ଏହାପରେ କାର୍‌ଟି ରାସ୍ତା କଡକୁ ଚାଲି ଯାଇଥିବା ବେଳେ ହୁତୁ ହୁତୁ ହୋଇ ଜଳି ଯାଇଥିଲା । ସୂଚନା ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ହେଲେ କେଉଁ କାରଣ ପାଇଁ ଏହି ଅଘଟଣ ଘଟିଲା ତାହା ଜଣାପଡ଼ିନାହିଁ ।

Related story