Advertisment

ପୁଣି ଥରେ ବର ସାଜିବେ ଦିବ୍ୟଶଙ୍କର, ପୁରୀରେ ପଡ଼ିବ ହାତ ଗଣ୍ଠି

ଚଳିତ ମାସ ୨୬ ତାରିଖରେ ପୁରୀ ନିକଟ ଏକ ରିସର୍ଟରେ ବେଶ୍‌ ନିରାଡମ୍ବର ଭାବେ ଏହି ବିବାହ ହେବ ଚର୍ଚ୍ଚା ହେଉଛି। ଏହି ଅବସରରେ କେବଳ ପରିବାର ସଦସ୍ୟଙ୍କ ସହ କିଛି ନିକଟ ସମ୍ପର୍କୀୟ ଉପସ୍ଥିତ ରହିବେ।

Dibya Shankar Mishra

Dibya Shankar Mishra

Advertisment

ପୁଣି ଥରେ ହାତକୁ ଦି ହାତ ହେବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ପଡ଼ିବ ହାତ ଗଣ୍ଠି । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ସୋଶାଲ ମିଡିଆରେ ଏ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ଦିବ୍ୟଶଙ୍କର ଏହି ଚର୍ଚ୍ଚାରେ ମୋହର ମାରିଥିବା ବେଳେ ନିଜ ବିବାହ କଥାକୁ ସ୍ୱୀକାର କରି ସାରିଛନ୍ତି। ଚଳିତ ମାସ ୨୬ ତାରିଖରେ ପୁରୀ ନିକଟ ଏକ ରିସର୍ଟରେ ବେଶ୍‌ ନିରାଡମ୍ବର ଭାବେ ଏହି ବିବାହ ହେବ ଚର୍ଚ୍ଚା ହେଉଛି। ଏହି ଅବସରରେ କେବଳ ପରିବାର ସଦସ୍ୟଙ୍କ ସହ କିଛି ନିକଟ ସମ୍ପର୍କୀୟ ଉପସ୍ଥିତ ରହିବେ।

ଦିବ୍ୟଶଙ୍କର ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ଜଣାଯାଇଛି। ଯୁବତୀଜଣକ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ ଚାକିରି କରିଥିବା ବେଳେ ଦିବ୍ୟଶଙ୍କରଙ୍କଠାରୁ ବୟସରେ ପ୍ରାୟ ୨୦ ବର୍ଷ ସାନ ହେବେ ବୋଲି ସୂଚନା ମିଳିଛି।

Advertisment

ଉଭୟ ଦିବ୍ୟଶଙ୍କର ଓ ଯୁବତୀଜଣକ ପୂର୍ବରୁ ବିବାହ କରିଥିବା ବେଳେ ଏହା ସେମାନଙ୍କ ଦ୍ୱିତୀୟ ବିବାହ। ଦିବ୍ୟଶଙ୍କର ପ୍ରାୟ ୧୦ ବର୍ଷ ପୂର୍ବେ ନିଜ ପ୍ରଥମ ପତ୍ନୀଙ୍କୁ ଛାତ୍ରପତ୍ର ଦେଇ ସାରିଥିବା ବେଳେ ସେ ଅନ୍ୟତ୍ର ବିବାହ କରି ସାରିଛନ୍ତି। ଉଭୟଙ୍କର ୨୦ ବର୍ଷର ଏକ ପୁଅ ଥିବା ଜଣାଯାଇଛି। ସେହିପରି ଯୁବତୀଜଣକ ମଧ୍ୟ ପୂର୍ବରୁ ବିବାହ କରିଥିବା ବେଳେ କୌଣସି କାରଣକୁ ନେଇ ତାଙ୍କର ମଧ୍ୟ ଛାଡ଼ପତ୍ର ହୋଇ ସାରିଛି।

Dibyashankar Mishra Marriage Bjd Mla
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe