Advertisment

ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍‌

ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍‌ । ମାତ୍ର ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ରୋକା ଯାଇ ପାରିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଆଜି ଏପରି ଏକ ଘଟଣା ଘଟିଥିବା ବେଳେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Train

Train

ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍‌ । ମାତ୍ର ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ରୋକା ଯାଇ ପାରିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଆଜି ଏପରି ଏକ ଘଟଣା ଘଟିଥିବା ବେଳେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। 

Advertisment

ଦାମନଯୋଡିରୁ ଆଲୁମିନା ବୋଝେଇ ଏକ ମାଲବାହୀ ଟ୍ରେନ୍‌ ଆଜି ସକାଳେ ଅନୁଗୁଳ ଅଭିମୁଖେ ଯାଉଥିଲା। ଟ୍ରେନ୍‌ଟି କେସିଙ୍ଗା ଷ୍ଟେଶନରେ କିଛି ସମୟ ପାଇଁ ଅଟକିଥିବା ବେଳେ ଏହାପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା। ମାତ୍ର ଟ୍ରେନ୍‌ଟି ଛାଡ଼ିବା ବେଳକୁ ମଝିରୁ ଆଲୁମିନା ୱାଗନ ଛିଣ୍ଡି ଅଲଗା ହୋଇଯାଇଥିଲା। ଫଳରେ ପଛ ବଗି ଅଟକି ରହିଥିବା ବେଳେ ଇଞ୍ଜିନ ଆଗକୁ ମାଡ଼ି ଯାଇଥିଲା। ଫଳରେ ଟ୍ରେନ୍‌ର ୨ଟି ବଗି ମଧ୍ୟରେ ପ୍ରାୟ ୩୦ ମିଟରର ବ୍ୟବଧାନ ସୃଷ୍ଟି ହୋଇ ଯାଇଥିଲା । ତତ୍‌କ୍ଷଣାତ ଲୋକୋ ପାଇଲଟ ଏହା ଦେଖି ଟ୍ରେନ୍‌ଟିକୁ ଷ୍ଟେଶନରେ ଅଟକାଇ ଦେଇଥିଲେ।

ଏନେଇ ଡ୍ରାଇଭର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ବେଳେ ତୁରନ୍ତ ଏକ ଟିମ୍‌ ସେଠାରେ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି।  ଏହବାଦ ଟିଟିଲାଗଡ଼ ଡିଭିଜନ ଅଫିସରୁ କିଛି ବିଶେଷଜ୍ଞ ଆସି ଘଟଣାର ତଦନ୍ତ କରିବେ। କିପରି ପଛ ବଗିକୁ ଛାଡ଼ି ଟ୍ରେନ୍‌ଟି ଆଗେଇ ଗଲା ତାହାର କାରଣ ଖୋଜିବେ। ତେଣୁ ଟ୍ରେନ୍‌ଟି ଏଯାଏ କେସିଙ୍ଗା ଷ୍ଟେଶନ ଛାଡ଼ି ନ ଥିବା ଜଣାଯାଇଛି। ମାତ୍ର ଏଥିଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇ ନାହିଁ। ଅନ୍ୟ ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ଜାରି ରହିଛି। 

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଟ୍ରାଜେଡି ଘଟଣା ମନରୁ ଲିଭୁ ନ ଥିବା ବେଳେ ପୁଣି ଥରେ ଏପରି ଘଟଣା ପ୍ରଚାରିତ ହେବା ଯୋଗୁ ଲୋକେ ଭୟଭୀତ ହୋଇ ପଡ଼ୁଛନ୍ତି।  

Kalahandi Train