Advertisment

ବନ୍ଧା ହେଲେ ସ୍କୁଲ ପରିଚାଳକଙ୍କ ସହ ୮

କେସିଙ୍ଗାରେ ଦଶମ ଶ୍ରେଣୀର ଭୁଲ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଭାଇରାଲ୍‌ ହୋଇଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। କେସିଙ୍ଗା ଥାନା ପୁଲିସ୍‌ ୮ ଜଣଙ୍କୁ ଗିରଫ କରିଛି।

author-image
Manoranjan Sial
Kalahandi

Kalahandi

ଭୁଲ୍‌ ମାଟ୍ରକ୍‌ ପ୍ରଶ୍ନ ଓ ଉତ୍ତର ଖାତା ଭାଇରାଲ ମାମଲାରେ ପୁଲିସ୍‌ ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଭିତରେ ଏକ ପ୍ରାଇଭେଟ୍‌ ସ୍କୁଲର ପରିଚାଳକ ଅଛନ୍ତି। ଏପରି ଘଟଣା କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ଘଟିଥିଲା।

Advertisment

କେସିଙ୍ଗାରେ ଦଶମ ଶ୍ରେଣୀର ଭୁଲ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଭାଇରାଲ୍‌ ହୋଇଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। କେସିଙ୍ଗା ଥାନା ପୁଲିସ୍‌ ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଭିତରେ ଅଛନ୍ତି ରୁପ୍ରା ଆରକେ ଶକୁନ୍ତଳା ଉଚ୍ଚ ବିଦ୍ୟାଳୟ (ଘରୋଇ ସ୍କୁଲ)ର ପରିଚାଳିକା ପ୍ରାଣବନ୍ଧୁ ସାହୁ ଓ ଅଭୟ ନନ୍ଦ ଅଛନ୍ତି। ପୁଲିସ୍‌ ସେମାନଙ୍କଠାରୁ ୨୨ଟି ମୋବାଇଲ, ୫ଟି ଲାପଟପ୍‌, ଗୋଟିଏ ସିପିୟୁ, ଗୋଟାଏ ପେନ୍‌ ଡ୍ରାଇଭ୍‌ ଓ ନଗଦ ୧୮ ହଜାର ୯୫୦ ଟଙ୍କା ଜବତ କରିଛି।

ପ୍ରଶ୍ନ ପତ୍ର ଭାଇରାଲ ନେଇ ଶିକ୍ଷା ବିଭାଗ ପକ୍ଷରୁ ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ ପାଇଁ କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ରାତି ଅଧିଆ ଅଭିଯୁକ୍ତମାନଙ୍କୁ ଉଠାଇ ଆଣିଥିଲା।

Advertisment

ରିପୋର୍ଟ-ଭବାନୀପାଟଣାରୁ ରାଜକୁମାର ସିଂହଦେଓ

Matric Exam Kalahandi