Advertisment

ଦୁଷ୍କର୍ମ ମାମଲାରେ କିନ୍ନରକୁ ଜେଲ୍‌ ଓ ଜରିମାନା

ନାବାଳକଙ୍କ ମାଆ ଏନେଇ ବୋରର୍ଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି କିନ୍ନର ଗୌରୀକୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ସେହି ମାମଲାର ରାୟ ପ୍ରକାଶ ପାଇଛି।

undefined

Judgment

Advertisment

ନାବାଳକ ଦୁଷ୍କର୍ମ ମାମଲାରେ କିନ୍ନରକୁ ଜେଲ୍‌ ଓ ଜରିମାନା। ଆଜି ଏହି ରାୟ ଶୁଣାଇଛନ୍ତି ଭବାନୀପାଟଣା ସେସନ୍‌ କୋର୍ଟ। ୨୦୨୨ ମସିହାରେ ଘଟିଥିଲା ଏହି ଘଟଣା।

Advertisment

କଳାହାଣ୍ଡି ଜିଲ୍ଲା ବୋରର୍ଦା ଫାଣ୍ଡି ଅଞ୍ଚଳରେ ଜଣେ ନାବାଳକକୁ କିନ୍ନର ଗୌରୀ ନାୟକ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ତା’ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ଏଥିରେ ନାବାଳକ ଜଣକ ରାଜି ନହେବାରୁ ତାକୁ ଧମକଚମକ ଦେଉଥିଲା। ତେବେ ନିର୍ଯାତନା ଅସହ୍ୟ ହେବାରୁ ନାବାଳକ ତାଙ୍କ ମାଆଙ୍କୁ ଘଟଣା ସମ୍ପର୍କରେ କହିଥିଲେ।

ନାବାଳକଙ୍କ ମାଆ ଏନେଇ ବୋରର୍ଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି କିନ୍ନର ଗୌରୀକୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ସେହି ମାମଲାର ରାୟ ପ୍ରକାଶ ପାଇଛି। ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଭବାନୀପାଟଣା ସେସନ୍‌ କୋର୍ଟ ଗୌରୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାକୁ ୧୦ ବର୍ଷ ଜେଲ୍‌ଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ଦୁଷ୍କର୍ମରେ ଶିକାର ହୋଇଥିବା ନାବାଳକକୁ ୪ ଲକ୍ଷ ଟଙ୍କା ଦେବାକୁ କୋର୍ଟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂଦେଓ

Crime Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe