/odisha-reporter/media/post_attachments/uploadimage/library/16_9/16_9_0/Lightning_1682351877.jpg)
Lightning
ସନ୍ଧ୍ୟା ବେଳେ ତରଭୁଜ କ୍ଷେତ ଜଗିବାକୁ ଯାଇଥିଲେ ଦୁଇ ଭାଇ। ହେଲେ ଘରକୁ ଫେରିପାରିଲେ ନାହିଁ। ବଜ୍ରପାତରେ ବିଲ୍ରେ ଟଳି ପଡ଼ିଲେ ଦୁଇ ସମ୍ପର୍କୀୟ ଭାଇ। ଆଜି ଏପରି ଦୁଃଖଦ ଖବର ଆସିଛି କଳାହାଣ୍ଡି ଜିଲ୍ଲାରୁ।
ଆଜି ସନ୍ଧ୍ୟା ବେଳେ କଲମପୁର ଥାନା ମାଟିଖାଲ ଗାଁ ଭଜନ ଦଳପତି ଓ ତାଙ୍କ କାକା ପୁଅ ପଙ୍କଜ ଦଳପତି ନିଜର ତରଭୁତ ଚାଲ ଜମିକୁ ଯାଇଥିଲେ। ହିଡରେ କରିଥିବା କୁଡ଼ିଆ ବସିଥିଲେ। ଏହି ସମୟରେ ହଠାତ୍ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ପ୍ରବଳ ବେଗରେ ବର୍ଷିବା ସହିତ ଘଡ଼ଘଡ଼ି ମାରିଥିଲା। ଫଳରେ କୁଡ଼ିଆ ଭିତରେ ଥିବା ଦୁଇ ଭାଇ ଟଳି ପଡ଼ିଥିଲେ।
ବର୍ଷା ଛାଡ଼ିଲା ପରେ ଦୁଇ ଭାଇଙ୍କୁ ସେମାନଙ୍କ ପରିବାର ଲୋକେ ଫୋନ୍ କରିଥିଲେ। ମାତ୍ର ସେମାନେ ଫୋନ୍ ଉଠାଇନଥିଲେ। ପରେ ପରିବାର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। କାଳ ବିଳମ୍ୱ ନକରି ତରଭୁଜ କ୍ଷେତକୁ ଧାଇଁ ଆସିଥିଲେ। ସେଠାରେ ଦୁଇ ଭାଇଙ୍କ ମୃତଦେହ ପଡ଼ିଥିବା ଦେଖି ହତବାକ ହୋଇଥିଲା। କାନ୍ଦ ବୋବାଳିରେ ମାଟଖାଲ ଗାଁ ଏବେ ଫାଟି ପଡ଼ୁଛି। ପୁଲିସ୍ ଓ ଅଗ୍ନିଶମ ବିଭାଗ ମୃତଦେହ କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।
ରିପୋର୍ଟ-ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
