ଦିନ ଦ୍ୱିପ୍ରହରେ ସୁନା ଦୋକାନରୁ ଲୁଟ୍

କଳାହାଣ୍ଡି (ଓଡ଼ିଶା ରିପୋର୍ଟର) ଦିନ ଦ୍ୱିପ୍ରହରେ ସୁନା ଦୋକାନରୁ ଲୁଟ୍ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲମପୁର ଛକରେ ଥିବା ଏକ ସୁନା ଦୋକାନରୁ ଲୁଟ୍ ହୋଇଛି । ଆଜି ସକାଳୁ ସୁନା ଦୋକାନ ମାଲିକ ରଞ୍ଜନ କୁମାର ସାହୁ ଘରୁ ଆଣିଥିବା ଗହଣା ବ୍ୟାଗ୍‌କୁ ତଳେ ରଖି ଦୋକାନର ତାଲା ଖୋଲୁଥିଲେ। ଏହି ସମୟରେ ହେଲମେଟ୍ ପିନ୍ଧିଥିବା ଦୁଇ ଦୁର୍ବୃତ୍ତ ବାଇକ୍‌ରେ ଆସି ଗହଣା ବ୍ୟାଗ୍ ଧରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଯାହାର ପୂରା ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଲୁଟ୍ ଗହଣାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷରୁ ଅଧିକ ହେବ। ଜୁନାଗଡ଼ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।