Advertisment

ତ୍ରିକୋଣୀୟ ପ୍ରେମ କାହାଣୀ? ଜଣଙ୍କ ପାଇଁ ୪ ଫସିଲେ

ଯୋଜନା ମୁତାବକ ଗତ ୧୮ ତାରିଖରେ ଦିଲ୍ଲୀପଙ୍କୁ ମୋହନ ଡାକିଥିଲେ। ଆଉ ସାଙ୍ଗର ଡାକରା ପାଇ ଦିଲ୍ଲୀପ ଯାଇଥିଲେ। ଗଲା ବେଳେ ପାଖ ଗାଁରେ ହେଉଥିବା ଅଷ୍ଟପ୍ରହରୀ ନାମଯଜ୍ଞ ଦେଖିବାକୁ ଯାଉଛନ୍ତି ବୋଲି ଦିଲ୍ଲୀପ ପରିବାର ଲୋକଙ୍କୁ କହିଥିଲେ।

Crime

Crime

Advertisment

ତ୍ରିକୋଣୀୟ ପ୍ରେମ କାହାଣୀରୁ ହତ୍ୟା? ଜଣଙ୍କ ପାଇଁ ୪ ଜଣ ଫସିଲେ। ସେମାନଙ୍କ ଭିତରୁ ୩ ଜଣ କୋର୍ଟ ଚାଲାଣ ହୋଇଥିବା ବେଳେ ଜଣେ ଜଭେନାଇ ଜଷ୍ଟସ୍‌ ବୋର୍ଡରେ ହାଜର ହୋଇଛନ୍ତି। ହତ୍ୟାକାଣ୍ଡର ୭ ଦିନ ମାମଲାର ପର୍ଦ୍ଦାଫାସ୍‌ କରିଛି ଜୟପାଟଣା ଥାନା ପୁଲିସ୍‌।

Advertisment

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ପୋଲକାମୁଣ୍ଡା ଗାଁର ଦିଲ୍ଲୀପ ବାଗ୍‌ ଓ ମୋହନ ମାଝୀ ଦୁଇ ଜଣ ଭଲ ସାଙ୍ଗ ଥିଲେ। ଉଭୟ ମିଶି ଜଣେ ଯୁବତୀଙ୍କୁ ଲାଇନ୍‌ ମାରୁଥିଲେ। ଲାଇନ୍‌ ମାରୁ ମାରୁ କେତେବେଳେ ମୋହନ ପ୍ରେମରେ ପଡ଼ି ଯାଇଥିଲେ। ହେଲେ ଏଥିରେ ପ୍ରତିବନ୍ଧକ ସାଜିଥିଲେ ଦିଲ୍ଲୀପ। କାରଣ ସେ ମଧ୍ୟ ଯୁବତୀଙ୍କୁ ପ୍ରେମ କରୁଥିଲେ। ଏକଥା ମୋହନ ଜାଣିବା ପରେ ଦିଲ୍ଲୀପଙ୍କୁ ବୁଝାଇଥିଲେ। ହେଲେ ଦିଲ୍ଲୀପ ନଛୋଡବନ୍ଧା ଥିଲେ। ବାହା ହେବା ପାଇଁ ଜିଦ୍‌ ଧରିଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ମୋହନ। ଆଉ ଦିଲ୍ଲୀପଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ୍‌ କରିଥିଲେ।

ଯୋଜନା ମୁତାବକ ଗତ ୧୮ ତାରିଖରେ ଦିଲ୍ଲୀପଙ୍କୁ ମୋହନ ଡାକିଥିଲେ। ଆଉ ସାଙ୍ଗର ଡାକରା ପାଇ ଦିଲ୍ଲୀପ ଯାଇଥିଲେ। ଗଲା ବେଳେ ପାଖ ଗାଁରେ ହେଉଥିବା ଅଷ୍ଟପ୍ରହରୀ ନାମଯଜ୍ଞ ଦେଖିବାକୁ ଯାଉଛନ୍ତି ବୋଲି ଦିଲ୍ଲୀପ ପରିବାର ଲୋକଙ୍କୁ କହିଥିଲେ। ଦିଲ୍ଲୀପଙ୍କୁ ମୋହନ ଓ ତାଙ୍କ ସାଙ୍ଗ(ନାବାଳକ) ଗାଁଠାରୁ କିଛି ଦୂରକୁ ଡାକି ନେଇଥିଲେ। ନିଜ ପ୍ରେମକୁ ନେଇ ସେଠାରେ ଉଭୟ (ଦିଲ୍ଲୀପ ଓ ମୋହନ)ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

Advertisment

ଯୁକ୍ତିତର୍କ ଭିତରେ ଦିଲ୍ଲୀପଙ୍କୁ ପଥରରେ ଛେଚି ଦେଇଥିଲେ ମୋହନ ଓ ତାଙ୍କ ସାଙ୍ଗ। ଯାହାଫଳରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ ମୃତଦେହକୁ ନେଇ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ପକାଇ ଦେଇଥିଲେ। ଯାହାଫଳରେ ଦିଲ୍ଲୀପ ପୋଡ଼ି ଯାଇଥିଲେ। ତା’ପରେ ମୋହନ ସୁନା ପିଲାଟିଏ ପରି ନିଜ ଘରକୁ ଚାଲି ଯାଇଥିଲେ।

ଅନ୍ୟପକ୍ଷରେ ଜମି ମାଲିକ ଚନ୍ଦ୍ର ମାଝୀ ଓ ଅବତାର ମାଝୀ ପୋଡ଼ିଯାଇଥିବା ମୃତଦେହ ଦେଖି ଭୟଭୀତ ହୋଇ ଯାଇଥିଲେ। ଧରା ପଡ଼ିଯିବା ଭୟରେ ଦିଲ୍ଲୀପଙ୍କ ମୃତଦେହକୁ କାଜୁ ଜଙ୍ଗଲରେ ଲୁଚାଇ ଦେଇଥିଲେ। ଗୋଟିଏ ଦିନ ପରେ ଦିଲ୍ଲୀପଙ୍କ ମୃତଦେହକୁ ଗାଈଧାର ନାଳରେ ଫିଙ୍ଗି ଦେଇଥିଲେ। ମୃତଦହ ଭାସି ଭାସି ଯାଇ ହାତୀ ନଦୀକୁ ପଳାଇ ଯାଇଥିଲା।

ଗତ ୨୦ ତାରିଖରେ ସ୍ଥାନୀୟ ଲୋକେ ପାଣିରେ ଭାସୁଥିବା ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ପରିଚୟ ଖୋଜିଥିଲା। ଶେଷରେ ଦିଲ୍ଲୀପଙ୍କ ଠକଣା ପାଇଥିଲା। ଦିଲ୍ଲୀପଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଦିଲ୍ଲୀପଙ୍କ ବନ୍ଧୁ ମୋହନଙ୍କ ଲିଙ୍କ ମିଳିଥିଲା। ଏହା ପରେ ପୁଲିସ୍‌ ମୋହନକୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ଶେଷରେ ମୋହନ ନିଜ ଦୋଷ ସ୍ୱୀକାର କରିଥିଲେ। ଦିଲ୍ଲୀପଙ୍କୁ ହତ୍ୟା କରି ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଉପରକୁ ଫିଙ୍ଗି ଦେଇଥିବା କହିଥିଲେ। ଏହା ପରେ ପୁଲିସ୍‌ ଦିଲ୍ଲୀପକୁ ଗିରଫ କରି କୋର୍ଟ ଚାଳାଣ କରିଥିବା ବେଳେ ତାଙ୍କୁ ସହଯୋଗ କରିଥିବା ଜଣେ ନାବାଳକକୁ ଜୁଭେନାଇକୁ ପଠାଇ ଦେଇଛି।

ଅନ୍ୟପକ୍ଷରେ ଦିଲ୍ଲୀପଙ୍କ ମୃତଦେହ ନଦୀରେ ଫିଙ୍ଗିଥିବା ଜମି ମାଲିକ ଚନ୍ଦ୍ର ମାଝୀ ଓ ଅବତାର ମାଝୀଙ୍କୁ ବାର୍‌ହା ଶିକାର ଅଭିଯୋଗରେ ପୁଲିସ ଗିରଫ କରିଛି। ତ୍ରିକୋଣୀୟ ପ୍ରେମ କାହାଣୀରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ କହିଛି। ଜୟପାଟଣା ପୁଲିସ୍‌ ଏନେଇ ସୂଚନା ଦେଇଛି।

ରିପୋର୍ଟ-ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା

Murder Crime Kalahandi Odisha Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe