Advertisment

‘ନାଳ ପାଣି ପିଇ ଗଲା ହାତୀର ଜୀବନ’

କଳାହାଣ୍ଡି(ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କର୍ଲାପାଟ ଜଙ୍ଗଲରେ ଗତ ୧୧ ଦିନ ମଧ୍ୟରେ ୩ଟି ହାତୀଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାକୁ ନେଇ ପରିବେଶବିତ ଚିନ୍ତାବ୍ୟକ୍ତ କରିଥିବା ବେଳେ ନାଳପାଣିରେ ଥିବା ବ୍ୟାକ୍ଟେରିଆରୁ ହାତୀ ମରିଥିବା ସନ୍ଦେହ ପ୍ରକଟ କରିଛନ୍ତି PCCF ଶଶୀ ପଲ୍। ନାଳପାଣିରେ ଥିବା ବ୍ୟାକ୍ଟେରିଆରୁ ହାତୀ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ହାତୀ ଦେହରେ ସେପ୍ଟେସେମିଆ  ଭୂତାଣୁ ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଗାଈଗୋରୁଙ୍କ ଦେହରୁ ଏହା ବ୍ୟାପିଥିବା […]

author-image
Niharika Rout
ଅଦ୍ୟତନ ହୋଇଛି
‘ନାଳ ପାଣି ପିଇ ଗଲା ହାତୀର ଜୀବନ’

pccf

କଳାହାଣ୍ଡି(ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କର୍ଲାପାଟ ଜଙ୍ଗଲରେ ଗତ ୧୧ ଦିନ ମଧ୍ୟରେ ୩ଟି ହାତୀଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାକୁ ନେଇ ପରିବେଶବିତ ଚିନ୍ତାବ୍ୟକ୍ତ କରିଥିବା ବେଳେ ନାଳପାଣିରେ ଥିବା ବ୍ୟାକ୍ଟେରିଆରୁ ହାତୀ ମରିଥିବା ସନ୍ଦେହ ପ୍ରକଟ କରିଛନ୍ତି PCCF ଶଶୀ ପଲ୍।

Advertisment

ନାଳପାଣିରେ ଥିବା ବ୍ୟାକ୍ଟେରିଆରୁ ହାତୀ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ହାତୀ ଦେହରେ ସେପ୍ଟେସେମିଆ  ଭୂତାଣୁ ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଗାଈଗୋରୁଙ୍କ ଦେହରୁ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି ।  ସଂପୃକ୍ତ ଅଞ୍ଚଳକୁ ଅନ୍ୟ ହାତୀ ନ ପଶିବା ପାଇଁ ବନ କର୍ମଚାରୀ ସଜାଗ ଅଛନ୍ତି । ସଂପୃକ୍ତ ଅଞ୍ଚଳରେ ପୋଖରୀ ଓ ଜଳାଶୟକୁ ବିଶୋଧନ କରାଯାଉଛି । ଏଥିସହ ନିକଟ ଗାଁର ଗାଈଗୋରୁଙ୍କୁ ଟିକାକରଣ କରାଯାଉଥିବା PCCF ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଚଳିତ ମାସ ୧ ତାରିଖରେ ଓ  ୮ ତାରିଖରେ ୨ଟି ହାତୀ ଆଖି ବୁଜିଥିଲେ।  କିଛି ଦିନ ବ୍ୟବଧାନ ପରେ ପୁଣି  ଏକ ହାତୀର ମୃତଦେହ ଘୁଷୁରିଗୁଡି ଝରଣା ନିକଟରୁ ମିଳିଛି । ଖବର ପାଇ ଦକ୍ଷିଣ ବନଖଣ୍ଡର ଡ଼ିଏଫଓ  ଟି ଅଶୋକ କୁମାର  ଘଟଣାସ୍ଥଳକୁ  ଯାଇ ତଦନ୍ତ କରିଥିଲେ । ଏହାସହ  ବ୍ୟବଚ୍ଛେଦ ପରେ ହାତୀର ମୃତଦେହକୁ ପୋତି ଦିଆଯାଇଛି।

Advertisment