Advertisment

ଅବସରପ୍ରାପ୍ତ ଶିକ୍ଷକଙ୍କୁ ପିଟିପିଟି ହତ୍ୟା

କାହ୍ନୁଙ୍କ ପରିବାର ଲୋକେ ପଡ଼ୋଶୀଙ୍କ ନାଁରେ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ

teacher

teacher

Advertisment

ଜମି ବାଡ଼ିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଦେଉଣ୍ଡି ଗାଁରେ ଏହି ଘଟଣା ଘଟିଛି। ଅବସରପ୍ରାପ୍ତ ଶିକ୍ଷକ ଜଣଙ୍କ ହେଲେ କାହ୍ନୁ ଠାକୁର।

Advertisment

ଗତକାଲି ଜମି ବାଡ଼ିକୁ କେନ୍ଦ୍ର କରି କାହ୍ନୁଙ୍କ ସହ ପଡ଼ୋଶୀଙ୍କର ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଉଗ୍ରରୂପ ନେଇଥିଲେ। ପଡ଼ୋଶୀ ଓ କାହ୍ନୁମଧ୍ୟରେ ମାରପିଟ ହୋଇଥିଲା। ଏହି ସମୟରେ କାହ୍ନୁ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କାହ୍ନୁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କାହ୍ନୁଙ୍କ ପରିବାର ଲୋକେ ପଡ଼ୋଶୀଙ୍କ ନାଁରେ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ ।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe